ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ। ମେ’ ୧ ତାରିଖରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ। ଆଜି ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି। ବିଜାପୁର ସୈନିକ ସ୍କୁଲ ଓ ନ୍ୟାଶନାଲ ଡିଫେନ୍ସ ଏକାଡେମୀରୁ ପାସ୍ କିଥିବା ଲେଫ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ ୧୯୮୪ ମସିହା ଡିସେମ୍ବର ୫ରେ ଜାଠ ରେଜିମେଣ୍ଟରେ ସାମିଲ ହୋଇଥିଲେ। ଏଲଏସି ବିବାଦ ସମୟରେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅପରେସନ ପରାକ୍ରମ ବେଳେ ସେ ନିଜ ବାଟାଲିୟନର ନେତୃତ୍ୱ ନେଇ ଜମ୍ମୁ-କଶ୍ମୀରରେ କାମ କରିଛନ୍ତି। ଦୀର୍ଘ ୩୮ ବର୍ଷର ସେନା କ୍ୟାରିୟର୍ରେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ ଅନେକ ପଦପଦବୀରେ କାମ କରିବାର ନଜିର ରହିଛି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..