ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୟା’। ବସନ୍ତ ମହୋତ୍ସବ ପରେପରେ ଧାନ ଚାଷ ଉପରେ ନିର୍ଭର କରୁଥିବା ଆମ ରାଜ୍ୟର କୃଷକମାନେ ହଳସୂତ୍ର କରନ୍ତି। ବସନ୍ତ ଋତୁରେ ବର୍ଷାର ଅନୁକୂଳ ପରିସ୍ଥିତି ଅନୁସାରେ ଭୂମିକର୍ଷଣ କରାଯାଇଥାଏ। ଶହଶହ ବର୍ଷ ପୁରୁଣା ପରମ୍ପରା ଅନୁସାରେ ଗୋଟିଏ ନିର୍ଦିଷ୍ଟ ପୁଣ୍ୟତିଥିରେ ଭୂମିପୂଜା ହୁଏ। ବୈଶାଖ ମାସର ଶୁକ୍ଳ ତୃତୀୟା ଦିନଟି ଗୋଟିଏ ଶୁଭଦିନ ହୋଇଥିବାରୁ କୃଷକମାନେ ସେହିଦିନ ଭୂମିପୂଜା ଓ ଶସ୍ୟପୂଜା ସମାହିତ ହୋଇ ଅକ୍ଷୟ ମୁଷ୍ଟିବପନ କରନ୍ତି। ‘ଅକ୍ଷୟ ତୃତୀୟା’ ପରି ଶୁଭଦିନରେ ଉତ୍ତମ ଶସ୍ୟ ଲାଭ କରିବା କାମନାରେ କୃଷିଜୀବୀମାନେ ଅକ୍ଷିମୁଠି ବୁଣି ଦିଅନ୍ତି। ଅକ୍ଷୟ ତୃତୀୟା ତିଥିରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଏ |





More Stories
ଆଜିଠୁ କଟକ ବାଲିଯାତ୍ରା,ଉଦ୍ଘାଟନ କରିବେ ରାଷ୍ଟ୍ରପତି…..
ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ…..
ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..