ରିପୋର୍ଟ କାର୍ଡ / ନବରଙ୍ଗପୁର
ବିଜେଡି ବିଧାୟକ ଙ୍କ ନାମରେ ଆସିଲା ଯୌନ ଶୋଷଣ ଅଭିଯୋଗ | ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ ହତ୍ୟା ଧମକ ଦେଉଥିବା ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ଦେଲେ ପୋଲିସ ଏତଲା ଗ୍ରହଣ କରୁ ନ ଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣାରେ ଆଜି ବିଧାୟକ ପ୍ରକାଶ ମାଝୀଙ୍କ କୁଶପୁତ୍ତଳିକା ଉମରକୋଟ ଓ ନବରଙ୍ଗପରରେ ଦାହ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା କଂଗ୍ରେସ। ଏଥିସହ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଜିଲ୍ଲାର ପ୍ରତ୍ୟେକ ଥାନା ଘେରାଉ କରାଯିବା ସହ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ମାଝୀଙ୍କ କଳା କାରନାମାକୁ ନେଇ ତୀବ୍ର ବିରୋଧ କରିଛି କଂଗ୍ରେସ। ସୂଚନା ଅନୁସାରେ- ବିଧାୟକ ଜଣକ ନିଜକୁ ଅବିବାହିତ କହି ଭୁବନେଶ୍ୱରର ଯୁବତୀଙ୍କ ସହ ପ୍ରାୟ ୩ ବର୍ଷ ପୂର୍ବେ ଶାରୀରିକ ସମ୍ପର୍କ ରଖିଥିଲେ। ଇତି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଥିବା ବେଳେ ତାଙ୍କ ଗର୍ଭ ନଷ୍ଟ କରାଯାଇଥିଲା। ବିଧାୟକ ଜଣକ ନିଜକୁ ଅବିବାହିତ ବୋଲି କହୁଥିବା ବେଳେ ସେ ପୂର୍ବରୁ ବିବାହିତ ବୋଲି ଦୀର୍ଘ ଦିନ ପରେ ଜାଣି ପାରିଥିଲେ ଯୁବତୀ। ଏହା ପରେ ସେ ବିଧାୟକଙ୍କୁ ସମ୍ପର୍କ ଚ୍ଛିନ୍ନ କରିବାକୁ କହିଥିଲେ। କିନ୍ତୁ ବିଧାୟକ ତାଙ୍କ କଥା ମାନିବାକୁ ଅରାଜି ହେବା ସହ ପୂର୍ବ ପରି ସମ୍ପର୍କ ଚାଲୁ ରଖିବାକୁ ଚାପ ପକାଇଲେ। ଯୁବତୀ ଜଣକ ଏହାର ପ୍ରତିରୋଧ କରିବାରୁ ଦୁଇ ତିନି ଦିନ ତଳେ କିଛି ଯୁବକ ଜାଗମରାସ୍ଥିତ ଯୁବତୀଙ୍କ ଘରକୁ ଯାଇଥିଲେ। ସେଠାରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ ବିଧାୟକଙ୍କୁ ଗିରଫ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଉଥିବା ଅଭିଯୋଗ ହେଉଛି। ବିଜେଡି ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସୁଥିବା ବେଳେ ରାଜ୍ୟ ସରକାର ଜାଣିଶୁଣ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଏନେଇ ବିଧାୟକ କିମ୍ବା ପୋଲିସ କାହାରି ପ୍ରତିକ୍ରିୟା ମିଳିପାରିନାହିଁ |






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……