ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଦିଲ୍ଲୀ ଅଭିମୁଖେ ଓଡିଶା କଂଗ୍ରେସ ନେତା। ସଂଗଠନକୁ କିଭଳି ମଜବୁତ୍ କରିବେ ସେନେଇ ହେବ ଆଲୋଚନା | ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ସହ ଜୟଦେବ ଜେନା, ଚିରଞ୍ଜିବୀ ବିଶ୍ୱାଳ, ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଧାୟକ ରମେଶ ଜେନା ପ୍ରମୁଖ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସକାଳ ସମୟରେ ସୁର ରାଉତରାୟ ଓ ମହମ୍ମଦ ମୋକିମ ମଧ୍ୟ ଯାଇଛନ୍ତି । ଓଡ଼ିଶାରେ କଂଗ୍ରେସ ବର୍ତ୍ତମାନ ଦୁର୍ବଳ ସ୍ଥିତିରେ ଅଛି । ଦିଲ୍ଲୀରେ ପିସିସି ସଭାପତି ଚୟନ ନୁହେଁ ବରଂ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି। ତେବେ ଦଳର ସଂଗଠନକୁ ଅଧିକ ମଜବୁତ୍ କରିବା ନେଇ ଦିଲ୍ଲୀରେ ରଣନୀତି ପ୍ରସ୍ତୁତ ହେବ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ମନ୍ତବ୍ୟ ଦେଇଥିବା ବେଳେ ଜଣେ ଯୁବ ବର୍ଗଙ୍କୁ ପିସିସି ସଭାପତି ହେଲେ ଭଲ ହେବ ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ କହିଛନ୍ତି। ହେଲେ ହାଇକମାଣ୍ଡ ଯାହା ନିଷ୍ପତି ନେବେ ତାହା ମାନ୍ୟ ବୋଲି ଦଳୀୟ ନେତା ମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦଳର ସ୍ଥିତି ଓ ପିସିସି ପରିବର୍ତ୍ତନ ନେଇ କିଛି ଦିନ ତଳେ ପ୍ରଭାରୀ ଚେଲ୍ଲା କୁମାର ଗସ୍ତ କରିଥିଲେ । ଏଠାରେ ୨ ଦିନ ରହି ସମସ୍ତ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏଠାରୁ ସଂଗ୍ରହ କରିଥିବା ରିପୋର୍ଟକୁ ନେଇ ହାଇକମାଣ୍ଡକୁ ଦେବେ ବୋଲି କହିଥିଲେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।






More Stories
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..