ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିିିତ ଯୁକ୍ତ ୨ ବିଜ୍ଞାନ ଓ ଧନ୍ଦାମୂଳକ ଥିଓରୀ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଛି । ୨୮ ତାରିଖରୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ପରୀକ୍ଷା ଦେବେ ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ବିଦ୍ୟାର୍ଥୀ। ଆଜି ଇଂରାଜୀ ବିଷୟର ପରୀକ୍ଷା ରହିଛି । ପୂର୍ବାହ୍ନ ୯ଟାରେ ପରୀକ୍ଷା ଆରମ୍ଭ ହେବ। ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷା ମଧ୍ୟାହ୍ନ ୧୨ଟାରେ ସରିବ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ୧୧ଟା ୩୦ରେ ଶେଷ ହେବ। ଚଳିତ ଥର ରାଜ୍ୟରେ ୧୧୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ବିଜ୍ଞାନରେ ୭୮ ହଜାର ୭୭ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫ ହଜାର ୮୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……
ମା’କୁ ଜାଳିଦେଲେ ପୁଅ…..