Report Card Odisha

| Daily Odia News

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଛି | ସେହିପରି ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫେସର ଚନ୍ନା ଜୟସୁମାନା ରାଷ୍ଟ୍ରପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ସଙ୍ଗିନ ହେବା ପରେ ସେଠିକାର ପରିସ୍ଥତି ଅଣାୟତ୍ତ ହୋଇପଡ଼ି ଥିଲା। ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଥିଲା। ବଞ୍ଚିବା ମୁସକିଲି ହେବା ପରେ ଲୋକେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ। ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲ। ଦେଶବ୍ୟାପି ଆନ୍ଦୋଳନ ତୀବ୍ର ହୋଇଥିଲା। ଏହା ପରେ ସରକାର ଆନ୍ଦୋଳନକୁ ପ୍ରସମିତ କରିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିଲା । ହେଲେ ଉତ୍ତ୍ୟକ୍ତ ଜନତା ଆଇନ ଅମାନ୍ୟ କରି ଆନ୍ଦୋଳକୁ ତୀବ୍ର କରିଥିଲେ। ପ୍ରାୟ ମାସେରୁ ଊର୍ଦ୍ଦ୍ୱ ଧରି ଦେଶରେ ଆନ୍ଦୋଳନ ଜାରି ରହିଛି। ଏଥିସହ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଆନ୍ଦୋଳନ ବଢ଼ିବା ପରେ ଶେଷରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଇସ୍ତଫା ଦେଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଅଫିସ ଭଙ୍ଗାରୁଜା ହେବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଇସ୍ତଫା ଦେଇଛନ୍ତି।

 

 

Breaking News