ରିପୋର୍ଟ କାର୍ଡ / କଟକ
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ଏଏସଆଇ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଆଜି ସତ୍ୟପାଠ ଦାଖଲ କରାଯାଇଛି । ପ୍ରକଳ୍ପ ପାଇଁ ଅନୁମତି ନଥିବା ଏହି ସତ୍ୟପାଠରେ ଉଲ୍ଲେଖ ହୋଇଥିବା ବେଳେ ଜୁନ ୨୦ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଅଧିକ ତଥ୍ୟ ସହିତ ବିସ୍ତୃତ ରିପୋର୍ଟ୍ ଦେବାକୁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସଆଇର ସତ୍ୟପାଠ ଉପରେ ଜବାବ୍ ରଖିବା ଲାଗି ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..