ରିପୋର୍ଟ କାର୍ଡ / ଭୁବନେଶ୍ୱର
ନେପାଳର କାଠମାଣ୍ଡୁ ସହରରେ ଶ୍ରୀଜଗନ୍ନାଥଙ୍କ ପ୍ରଚାର ପ୍ରସାର ନିମନ୍ତେ “ଶ୍ରୀଜଗନ୍ନାଥ ପଞ୍ଚରାତ୍ର” ଅନୁଷ୍ଠିତ କରାଯିବ |ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ଓ ପ୍ରସାର ସମିତି ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ପାଇଁ ଦେଶ ବାହାରେ, ନେପାଳର କାଠମାଣ୍ଡୁ ଓ ପୋଖରା ସହରରେ “ଶ୍ରୀଜଗନ୍ନାଥ ପାଞ୍ଚରାତ୍ର” କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି | ଆଜି ଭୁବନେଶ୍ୱରରେ ହୋଟେଲ ପ୍ରାଙ୍ଗଣ, କଟକ ରୋଡ ଠାରେ ଏକ ପ୍ରେସ ବିଜ୍ଞପ୍ତି ରେ କାର୍ଯ୍ୟକ୍ରମ ର ବିସ୍ତୃତ ବିବରଣୀ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ ଙ୍କ ଦ୍ଵାରା ପ୍ରକାଶ କରାଯାଇଛି, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ମଧ୍ୟ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ଭଗବାନ ବ୍ୟାସଦେବ କୃତ “ସ୍କନ୍ଦ ପୁରାଣ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତମ ମାହାତ୍ମ୍ୟ” ପୂଜ୍ୟ ଗଜପତି ମହାରାଜା,ପୂଜ୍ୟ ଶ୍ରୀ ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ଶ୍ରୀମନ୍ଦିର ଓ ମଠାଧୀଶଙ୍କ ଅନୁମୋଦନ କ୍ରମେ ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ର ରୂପେ ଗ୍ରହଣ କରାଯାଇ ୨୦୧୨ମସିହାରେ ପୁରୀ ଶରଧା ବାଲି ଠାରେ ପ୍ରଥମ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଅନୁଷ୍ଠିତ ହୋଇଥିଲା | ଶ୍ରୀଜଗନ୍ନାଥ ପଞ୍ଚରାତ୍ରପ୍ରଚାର ସମିତି ସରକାରଙ୍କ ଏକ ସିକୃତିପ୍ରାପ୍ତ ଅନୁଷ୍ଠାନ | ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଅନୁଷ୍ଠାନ ଓଡ଼ିଶା ର ବିଭିନ୍ନ ସ୍ଥାନ ଓ ବାହାରେ ଯଥା ଚାରିଧାମ(ବଦ୍ରିନାଥ ଦ୍ବାରିକା, ରାମେଶ୍ଵରମ, ପୁରୀ), ଦିଲ୍ଲୀ, ବୃନ୍ଦାବନ, ବେଙ୍ଗଲୁର, ଭୁବନେଶ୍ୱର ମା ଦୁର୍ଗା ମନ୍ଦିର, ବାପୁଜୀନଗର, ପଶ୍ଚିମ ବଙ୍ଗ ର ନଦୀଆ ନବଦ୍ୱୀପ ରେ ସଫଳତାର ସହିତ ପଞ୍ଚରାତ୍ର କାର୍ଯ୍ୟକ୍ରମ ହୋଇ ସାରିଛି |ଏହି କ୍ରମରେ ଆସନ୍ତା ୧୮.୫.୨୨ ଠାରୁ ୨୨.୫.୨୨ ପର୍ଯ୍ୟନ୍ତ ଭାରତ ବାହାରେ ନେପାଳର କାଠମାଣ୍ଡୁ ସହରରେ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର କାର୍ଯ୍ୟକ୍ରମ କରାଯାଉଛି, ଆଗାମୀ ଦିନରେ ଦେଶ ତଥା ବିଦେଶ ରେ ମଧ୍ୟ ପଞ୍ଚ୍ରରାତ୍ର କରାଯିବାକୁ ନିଷ୍ପତ୍ତି ନିଆ ଯାଉଛି |ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ର ସଭାପତି ଶ୍ରୀ ରାମକୃଷ୍ଣ ଦାସ ମହାରାଜ, ଉପ ସଭାପତି ଶ୍ରୀ ବୈକୁଣ୍ଠ ନାଥ ମହାପାତ୍ର, ସହସଂପାଦକ ଓ କୋଷାଧ୍ୟକ୍ଷ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସିଂ, ସହ କୋଷାଧ୍ୟକ୍ଷ ଗୌରାଙ୍ଗ ନାୟକ, କାର୍ଯ୍ୟକାରୀ ସଦସ୍ୟ ରଶ୍ମି ରଞ୍ଜନ ପଟ୍ଟନାୟକ, ମିହିର ଜେନା, ଶ୍ରୀମତି ପୁଷ୍ପଲତା ପ୍ରଧାନ, ଉପଦେଷ୍ଟା ଶ୍ରୀ ରାଧାବଲ୍ଲଭ ସିଂ ଓ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ଙ୍କ ମିଳିତ ସହଯୋଗ ରେ କରାଯାଉଛି,।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……