ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ ଡଙ୍ଗା ଭାସି ଆସି ଥିବା ଦେଖିବାକୁ ମିଳିଛି। ଏଥିରେ ଥାଇ ବା ମଲେସୀୟ ଭାଷାରେ କିଛି ଲେଖା ହୋଇଥିବା ସହ ଭଗବାନ ବୁଦ୍ଧଙ୍କ କଳାକୃତି ଥିବା ଦେଖିବାକୁ ମିଳିଛି। ତେଣୁ ସମ୍ଭବତଃ ଏହା ଥାଇଲ୍ଯାଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଇଛି। ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ ଡଙ୍ଗାଟିକୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଛି।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..