Report Card Odisha

| Daily Odia News

ଶଗଡ଼ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୨ ଦମ୍ପତି ଗୁରୁତର,୨ ବଳଦର ମୃତ୍ୟୁ

ରିପୋର୍ଟ କାର୍ଡ / ଦେବଗଡ଼ 
ହାଇୱା ଧକ୍କାରେ ଶଗଡ଼ ଗାଡ଼ି ନେଇ ଯାଉଥିବା ୨ ଦମ୍ପତି ଗୁରୁତର ହୋଇଥିବା ବେଳେ ୨ଟି ବଳଦର ମୃତ୍ୟୁ ହୋଇଛି। ଏପରି ଦୁର୍ଘଟଣା ଆଜି ସକାଳେ ଦେବଗଡ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ରଞ୍ଜଣା ଗ୍ରାମରେ ଘଟିଛି। ଗୁରୁତରମାନେ ହେଲେ ରଞ୍ଜଣା ଗ୍ରାମର ନାରାୟଣ ଦେୁହରୀ , ତାଙ୍କ ସ୍ତ୍ରୀ କୁଡାଣୀ ଦେହୁରୀ ଏବଂ ଖଗେଶ୍ୱର ସାହୁ ଓ ତାଙ୍କ ସ୍ତ୍ରୀ ରୁନୁ ସାହୁ । ଆଜି ସକାଳେ  ଦମ୍ପତିଦ୍ୱୟ  ଶଗଡଗାଡି ନେଇ  ଖିଲେଇ ଆଡ଼କୁ ଯାଉଥିଲେ। ଉକ୍ତ ସମୟରେ ରାଂଚି-ବିଜୟୱାଡା ରାଜପଥ ଦେଇ ଦେବଗଡ ପଟୁ ଏକ ହାଇୱା ଟ୍ରକ ଯାଉଥିଲା। ହାଇୱାଟି ରଞ୍ଜଣା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ଶଗଡ଼ ୨ଟିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
Breaking News