ରିପୋର୍ଟ କାର୍ଡ / ଦେବଗଡ଼
ହାଇୱା ଧକ୍କାରେ ଶଗଡ଼ ଗାଡ଼ି ନେଇ ଯାଉଥିବା ୨ ଦମ୍ପତି ଗୁରୁତର ହୋଇଥିବା ବେଳେ ୨ଟି ବଳଦର ମୃତ୍ୟୁ ହୋଇଛି। ଏପରି ଦୁର୍ଘଟଣା ଆଜି ସକାଳେ ଦେବଗଡ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ରଞ୍ଜଣା ଗ୍ରାମରେ ଘଟିଛି। ଗୁରୁତରମାନେ ହେଲେ ରଞ୍ଜଣା ଗ୍ରାମର ନାରାୟଣ ଦେୁହରୀ , ତାଙ୍କ ସ୍ତ୍ରୀ କୁଡାଣୀ ଦେହୁରୀ ଏବଂ ଖଗେଶ୍ୱର ସାହୁ ଓ ତାଙ୍କ ସ୍ତ୍ରୀ ରୁନୁ ସାହୁ । ଆଜି ସକାଳେ ଦମ୍ପତିଦ୍ୱୟ ଶଗଡଗାଡି ନେଇ ଖିଲେଇ ଆଡ଼କୁ ଯାଉଥିଲେ। ଉକ୍ତ ସମୟରେ ରାଂଚି-ବିଜୟୱାଡା ରାଜପଥ ଦେଇ ଦେବଗଡ ପଟୁ ଏକ ହାଇୱା ଟ୍ରକ ଯାଉଥିଲା। ହାଇୱାଟି ରଞ୍ଜଣା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ଶଗଡ଼ ୨ଟିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..