ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରେ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଚେନ୍ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସରେ- ନବରଙ୍ଗପୁରରୁ ଭୁବନେଶ୍ୱରକୁ ଆସିଥିବା ଦମ୍ପତିଙ୍କଠାରୁ ଲୁଟ୍ ହୋଇଥିବା ଜଣାପଡିଛି | ଦୁଇ ଜଣ ଦୁର୍ବୃତ୍ତ ଏହି ଲୁଟ୍ କରିଥିବା କହିଛନ୍ତି ଦମ୍ପତି । ସ୍ୱାମୀ ଓ ପତ୍ନୀ ଦୁଇଜଣ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ସାରି ଫେରିବା ସମୟରେ ଲୁଟୋରା ମାନେ ସେମାନଙ୍କ ଠାରୁ ଲୁଟ୍ କରିଛନ୍ତି । ଲୁଟ୍ ସମୟରେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଥିଲେ ଦୁର୍ବୃତ୍ତ । ପରେ ଏନେଇ ଥାନାରେ ଅଭିଯୋଗ ହେବାପରେ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..