Report Card Odisha

| Daily Odia News

ଦେଶରେ ଓଡ଼ିଶା ଆଗରେ !……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାରା ଦେଶରେ ହେନ୍ତାଳବନ ସୃ୍ଷ୍ଟି କରିବାରେ ଓଡ଼ିଶା ଆଗରେ ରହିଛି । ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ DFO ସମ୍ମିଳନୀକୁ ଉଦଘାଟନ କରି ଉଦ୍‌ବୋଧନ ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପାଟ୍ଟନାୟକ । ଏହା ସହିତ କରୋନା ସମୟରେ ବନକର୍ମଚାରୀଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ନବୀନ କହିଛନ୍ତି ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ୩୩.୫୦% ଜଙ୍ଗଲ ବୃଦ୍ଧି ଘଟିଛି । ଜାତୀୟ ସ୍ଥରରେ ଆମ ରାଜ୍ୟ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି । ଏହି କ୍ଷେତ୍ରରେ ବିଶ୍ୱରେ ଆମକୁ ନୂଆ ପରିଚୟ ମିଳିଛି ।ସେଥିପାଇଁ ସ୍ବତନ୍ତ୍ର ରୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ଭିତରେ କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶାରେ ବନ ସଂରକ୍ଷଣ ଠିକ ରହିଛି । ଓଡ଼ିଶା ଜଙ୍ଗଲ ସମ୍ପଦ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି । ତାହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି କି ଏହି ଜଙ୍ଗଲ ଯୋଜନା ଯୋଗୁ ୨୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଯୋଡିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ୫ଟି ଅଧିନରେ ବୃକ୍ଷରୋପଣ କାର୍ଯ୍ୟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ପରି ଜଙ୍ଗଲରେ ନିଆଁ ଲାଗିବା ୫୦ ପ୍ରତିଶତ କମିଛି । ଜଙ୍ଗଲର ସୁରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ କରାଯାଇଛି । କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ତାଙ୍କର ବିବୃତି ରଖିଛନ୍ତି । ସେ କହିଛନ୍ତି ଏହି ଦିଗ​‌ରେ ସାଧାରଣ ଲୋକଙ୍କ ସାହାୟତା ମଧ୍ୟ ଆବଶ୍ୟକ ରହିଛି ।୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ୟଟକ ଆସିଛନ୍ତି ।

 

Breaking News