ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତିବ୍ଦତ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ହୋଇଛି । ଏହି ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟ ଥିଲେ। ରିପୋର୍ଟ ଅନୁସାରେ, ତିବ୍ଦତ ଏୟାରଲାଇନ୍ସର ବିମାନ ଟିଭି୯୮୩୩ ପଶ୍ଚିମ ଚୀନର ଚୋଙ୍ଗକିଙ୍ଗ ଜିଆଙ୍ଗବେଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରୁ ଖସିଥିଲା ଓ ପରେ ସେଥିରେ ନିଆଁ ଲାଗିଥିଲା । ଦୁର୍ଘଟଣାର ଭିଡିଓ ଫୁଟେଜ୍ ଏବେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ପୋଷ୍ଟ ହୋଇଥିବା ଭିଡିଓ ଫୁଟେଜରେ ଚୋଙ୍ଗକିଙ୍ଗ ଜିଆଙ୍ଗବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଟାର୍ମାଟରେ ଏକ ତିବ୍ଦତ ବିମାନରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଯାତ୍ରୀମାନଙ୍କୁ ବିମାନର ପଛ ଦ୍ୱାର ଦେଇ ବାହାର କରାଯାଇଥିଲା । ଅନ୍ୟପଟେ ନିଆଁକୁ ଆୟତ୍ତ କରାଯିବା ସହ ରନୱେକୁ ବନ୍ଦ କରାଯାଇଥିବା ନେଇ ବିମାନବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ୧୧୩ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି ତିବ୍ଦତ ଏୟାରଲାଇନ୍ସ କହିଛି । କିଛି ଲୋକ ସମାନ୍ୟ ଆହତ ହୋଇଥିଲେ, ଯେଉଁମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ବିଷୟରେ ତଦନ୍ତ କରାଯାଉଛି ବୋଲି ଏୟାରଲାଇନ୍ସ କହିଛି ।






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..