ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଷ୍ଟ୍ରୀୟ ସକ୍ଷୀ ସାହିତ୍ୟ ପରିବାର ବିହାର ପକ୍ଷରୁ ଡ଼ ନାରାୟଣ ମହାପାତ୍ରଙ୍କୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୁର ସମ୍ମାନ ୨୦୨୨ ଓ ହିନ୍ଦୁସ୍ଥାନ ରତ୍ନ ଆୱାର୍ଡ଼ ୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଛି | ସମାଜରେ ବିଭିନ୍ନ ପ୍ରକାରର ସମାଜ ସେବା ଓ ସମାଜ ରେ ଘଟୁଥିବା ବିଭିନ୍ନ ସମସ୍ୟା କୁ ସମାଧାନ କରିବାରେରେ ଉଲ୍ଲେଖନିୟ ସହଯୋଗ କରିଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି | ବରିଷ୍ଠ ଓ ଅବହେଳିତ ଛୋଟ ପିଲାମାନଙ୍କ କଲ୍ୟାଣ ପାଇଁ ଡ଼ ମହାପାତ୍ର ଗତ ୫ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଆସୁଛନ୍ତି | ସେଥି ପାଇଁ ଦେଶ ତଥା ବିଦେଶର ବହୁ ଅନୁଷ୍ଠାନ ରୁ ସମ୍ମାନିତ ମଧ୍ୟ ହୋଇଛନ୍ତି | ମାସର ବିଭିନ୍ନ ସମୟ ରେ ଗରିବ ଲୋକଙ୍କ ନିମନ୍ତେ ମାଗଣା ରନ୍ଧା ଖାଦ୍ୟ ଯୋଗାଇଦେବା ସହ, ପ୍ରାୟ ୩ଟି ମାଗଣା ସ୍ବାସ୍ଥ୍ୟ ଶିବିର ବିଭିନ୍ନ ଅବହେଳିତ ଜରାଶ୍ରାୟ ଓ ଛୋଟ ପିଲାମାନଙ୍କ ପାଇଁ ଆୟୋଜନ କରିଥାନ୍ତି ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ଡ଼ ମହାପାତ୍ର |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..