Report Card Odisha

| Daily Odia News

ଯୁଦ୍ଧ ବିମାନ ଦୁର୍ଘଟଣା, ୨ ପାଇଲଟ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିମାନ ଦୁର୍ଘଟଣାରେ ଇରାନର ଦୁଇ ପାଇଲଟଙ୍କର ମୃତ୍ୟୁ ହୋଇଛି । ତେହେରାନର ଦକ୍ଷିଣରେ ଥିବା ଇସ୍ଫାହାନ ପ୍ରଦେଶରେ ଏକ ଏଫ୍-୭ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଆଜି ଇରାନ ବାୟୁସେନାର ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ବ୍ରଡକାଷ୍ଟରର ୱେବସାଇଟରେ କୁହାଯାଇଛି ଯେ ଆଜି ସକାଳେ ଅନରାକ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ବିମାନର ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଯୁଦ୍ଧ ବିମାନଟି ଏକ ଟ୍ରେନିଂ ମିଶନରେ ବାହାରିଥିଲା। ହେଲେ ଉଡ଼ାଣ କରିବା ପରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। ଏହା ଫଳରେ ଭିତରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଏବେ ଏହାର କାରଣ ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହା ପ୍ରଥମ ନୁହେଁ ନିକଟ ଅତୀତରେ ଇରାନ ବାୟୁସେନାର ଅନେକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଅଧିକ ଦିନ ଧରି ବ୍ୟବହାର ହୋଇ ଆସୁଥିବା ବିମାନର ନବୀକରଣ ପାଇଁ ଆବଶ୍ୟକ ଜିନିଷ ମିଳୁନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା ଇରାନ ବାୟୁସେନା ପକ୍ଷରୁ କୁହାଯାଇଛି। ଫେବ୍ରୁଆରିରେ ଉତ୍ତର-ପଶ୍ଚିମ ଟାବ୍ରିଜ୍ ସହରର ଏକ ଆବାସିକ ଅଞ୍ଚଳରେ ଇରାନର ଏଫ୍-୫ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

Breaking News