ରିପୋର୍ଟ କାର୍ଡ / କଟକ
ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ କଳହ ବଢିବଢି ଚାଲିଛି | ଏହା ଉପରେ ଆଜି କଟକ ଏସ୍ଡିଜେଏମ କୋର୍ଟରେ ଶୁଣାଣି ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିଶନର ଶୁଣାଣି ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ଅନୁଭବ ପିଟିଶନରେ ଉଲ୍ଲେଖ କରିଥିଲେ, ସେ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ । ସେ ବାବଦୀୟ ଖର୍ଚ୍ଚକୁ ତୁଲାଇବାକୁ ମଧ୍ୟ ରାଜି ଅଛନ୍ତି । ଯାହା ଉପରେ କୋର୍ଟ ଶୁଣାଣି ଶେଷ କରି କଟକ ଏସଡିଜେଏମ୍ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ବର୍ଷା ପାରିବାରିକ ହିଂସାର ଶିକାର ହେଉଥିବା ଅଭିଯୋଗ ଆଣି ପ୍ରଥମେ ଏସ୍ଡିଜେଏମ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ବେଳେ , ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିଶନ ଦାୟର ହୋଇଥିଲା, ଏହାର ଶୁଣାଣି ଶେଷ ହୋଇଛି।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..