Report Card Odisha

| Daily Odia News

ସମ୍ପତ୍ତି ପାଇଁ ହଣାକଟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ରାଜରାସ୍ତାରେ ବଡ଼ ଭାଇକୁ ହାଣିଲା ସନ ଭାଇ। ଘଟଣାଟି ଘଟିଛି ଭୁବନେଶ୍ୱର ବଡଗଡ଼ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ପଥୁରିଆ ବଡୁସାହି ଛକରେ ।ପୈତୃକ ସମ୍ପତିକୁ ନେଇ ଭାଇ ଭାଇ ଭିତରେ ହଣାକଟା ହୋଇଛି। ପୋଲିସ ଉପସ୍ଥିତିରେ ସାନ ଭାଇ କଟୁରିରେ ବଡ଼ ଭାଇକୁ ହାଣିଥିବା ଜଣାପଡିଛି । ପୋଲିସ ରୋକିବାକୁ ପ୍ରୟାସ କରିଥିଲେ ମଧ୍ୟ ଶୁଣି ନଥିଲା। ପୋଲିସକୁ ତଳେ ପକାଇ ଭାଇକୁ  ମାରଣାସ୍ତ୍ରରେ ଗୋଟିଏ ପରେ ଗୋଟିଏ ଚୋଟ ମାରି ଆକ୍ରମଣ କରିଥିଲା ସାନଭାଇ । କଟୁରି ଧରି ହାଣୁଥିବା ଯୁବକ ଦୀପ୍ତିକାନ୍ତ ଓରଫ ଦିପୁନା ବୋଲି ଜଣାପଡ଼ିଛି । ଦିପୁନା କଟୁରି ଚୋଟରେ କମଳାକାନ୍ତ  ଓ ଚନ୍ଦ୍ରକାନ୍ତ  ଉଭୟ ଆହତ ହୋଇଛନ୍ତି । ସମ୍ପତ୍ତିବାଡି ମମାଲାକୁ ନେଇ ଗତ ୨୨ ତାରିଖରେ ଦିପୁନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଦିପୁନା କୁ ସର୍ତ୍ତମୂଳକ ଜାମିନ ମିଳିଥିଲା |

Breaking News