ରିପୋର୍ଟ କାର୍ଡ / ଭୁବନେଶ୍ୱର
ନେପାଳ ରାଜଧାନୀ କାଠମାଣ୍ଡୁ ସ୍ଥିତ ଶ୍ରୀପଶୁପତିନାଥଙ୍କ ମନ୍ଦିର ପରିସରରେ ଆୟୋଜିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଅଛି | ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସମିତିର ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ପୌରହିତ କରିଥିଲେ | ଧାରାବାହିକ ପ୍ରବକ୍ତା ରୂପେ ପୂଜ୍ୟବାବା ସତ୍ୟାନନ୍ଦ ମହାରାଜ ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଓ ମହିମା ସମ୍ପର୍କ ରେ ପ୍ରବଚନ ପ୍ରଦାନ କରିଥିଲେ | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପୂଜ୍ୟ ସଭାପତି ମହନ୍ତ ଶ୍ରୀ ରାମକୃଷ୍ଣ ମହାରାଜ ଦ୍ଵାରା ମଣ୍ଡପରେ ସ୍ଥାପିତ କରାଯାଇଥିଲା | ପ୍ରତିଦିନ ସ୍କନ୍ଦପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ପରାୟଣ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଦି ଚଟୁର୍ଦ୍ଧା ମୂର୍ତ୍ତିଙ୍କ ପୂଜା ଅର୍ଚ୍ଚନା ବିଧିମତେ ଅନୁଷ୍ଠିତ ହୋଇଥିଲା | ମଇ ୧୮ ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ ଯୋଗଦାନ କରିଥିଲେ | ଏହାସହିତ ପଶୁପତି ମନ୍ଦିରର ମୁଖ୍ୟ ପୂଜଜ , ମୂଳ ଭଟ ଙ୍କ ସହିତ ଗଣେଶ ଭାଟ, ପୂର୍ବତନ ମନ୍ଦିର ପ୍ରଶାସକ ରମେଶ ଭୁପତି ରାଜଗୁରୁ ଅର୍ଜୁନ ବସ୍ତୁଲା, ଧର୍ମରାଜ୍ ବରାଳ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ନେପାଳ ହିନ୍ଦୁ ମହାସଭାର ଅଧ୍ୟକ୍ଷ ଡ ରାମଚନ୍ଦ୍ର ଅଧିକାରୀ, ଉପାଧ୍ୟକ୍ଷ ଜ୍ୟୋସ୍ତ୍ନା ସାଉଦ, ଶ୍ରୀପଶୁପତିନାଥଙ୍କ ଅର୍ଚ୍ଚନା ସୁବ୍ୟବସ୍ଥା ପ୍ରତିଷ୍ଠାନ ର ଅଧ୍ୟକ୍ଷ ଦେବୀ ପ୍ରସାଦ ଚାପଗାଏଁ, ସୁଶୀଳା ଚାପଗାଏଁ, ସଚିବ ପ୍ରମୋଦ ରାମ, ଉପସଭାପତି ନବରାଜ ଲାମିଛନି, ରାଜେନ୍ଦ୍ର ପଠାୟତ, ବିଶିଷ୍ଟ ଗବେଷକ ଡ ନୟନାଥ ଫଡଲେ ପୂର୍ବତନ ଟ୍ରଷ୍ଟି ରାଜୁ କ୍ଷତ୍ରି ପ୍ରମୁଖ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ | ଏହି କାର୍ଯ୍ୟକ୍ରମ କୁ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ସମ୍ପାଦକ ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ , ନାରାୟଣ ମହାପାତ୍ର, ବୈକୁଣ୍ଠ ମହାପାତ୍ର ଓ ଗୌରାଙ୍ଗ ନାୟକ ପ୍ରମୁଖ ପରିଚାଳନା କରିଥିଲେ |






More Stories
ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ…..
ଘାଟିରେ ଓଲଟିଲା ବସ୍,ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ…..
୩ ବନ କର୍ମଚାରୀ ନିଲମ୍ବିତ…..