ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମାଜବାଦୀ ପାର୍ଟି ରୁ ଆଉଟ୍ ହେଲେ ଡିମ୍ପଲ ଯାଦବ। ତାଙ୍କ ସ୍ଥାନରେ ଇନ୍ ହେଲେ ଜୟନ୍ତ ଚୌଧୁରୀ। ଏନେଇ ଦଳ ଆଜି ତୃତୀୟ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ସପା ଏବଂ ଆର୍ଏଲ୍ଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଆଜି ସକାଳେ ଅଖିଲେଶ ଯାଦବ ଜୟନ୍ତ ଚୌଧୁରୀଙ୍କୁ ଫୋନ୍ କରି ଏହି ସୂଚନା ଦେଇଛନ୍ତି। ବାସ୍ତବରେ ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭାକୁ ପଠାଯାଇ ନ ଥିବାରୁ ଦଳରୁ ଅସନ୍ତୋଷ ଥିଲେ। ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହୋଇଥିଲା।ଏହାକୁ ନେଇ ଜୟନ୍ତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିପାଇଁ ସମାଜବାଦୀ ପାର୍ଟିକୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡିଥିଲା। ଏବେ ଜୟନ୍ତ ଚୌଧୁରୀଙ୍କୁ ଡିମ୍ପଲ୍ ଯାଦବଙ୍କ ବଦଳରେ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି |






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..