ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ‘ଟାଉନସିପି ନିକଟରେ ଫାଟିଲା IOCL ପାଇପ। ଏହି ପାଇପ ଫାଟିବା ଦ୍ୱାରା ହଜାର ହଜାର ଲିଟର କ୍ରୁଡ଼ ଅଏଲ ମାଟିରେ ମିଶିଛି। ସ୍ଥିତିକୁ ନିୟତ୍ରଣରେ ଆଣିବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରୟାସ ଜାରି ରଖିଛନ୍ତି। ହଳଦିଆରୁ ପାରାଦୀପ ଅଶୋଧିତ ତୈଳ ଆସିଥାଏ। ମିଳିଥିବା ସୂଚନା ଅନୁସାରେ- ମାଟି ତଳେ ଯାଇଥିବା ପାଇପଟି କେଉଁ କାରଣରୁ ଫାଟିଛି ତାହା ଜଣାପଡିନାହିଁ। ଘଟଣା ସ୍ଥଳରେ ବହୁତ ମାତ୍ରାରେ ତୈଳ ବହୁଛି । ଘଟଣା ସ୍ଥଳରେ IOCL ଅଧିକାରୀ ଆସି ପହଂଚିଛନ୍ତି। କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଦୁଇପଟ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଘଟଣା ସ୍ଥଳରେ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସମସ୍ତଙ୍କୁ ସେଠାରୁ ଘଉଡ଼େଇବାକୁ ଚେଷ୍ଟା କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳକୁ କାହାରିକୁ ଛଡା ଯାଉନଥିବା ସୂଚନା ମିଳିଛି ।






More Stories
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..