Report Card Odisha

| Daily Odia News

ମୋର ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି:ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ହାଇଦ୍ରାବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ରାଜନୀତିରେ ପରିବାରବାଦ ଏବଂ କେସିଆର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଭଳି ଅନ୍ଧବିଶ୍ୱାସ ନୁହେଁ, ମୋର ମୋର ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହାଇଦ୍ରାବାଦରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବାରବାଦ ହେତୁ ଯୁବ ପ୍ରତିଭା ଦେଶର ରାଜନୀତିରେ ପ୍ରବେଶ କରିବାର ସୁଯୋଗ ମଧ୍ୟ ପାଇନାହାଁନ୍ତି। ପାରିବାରିକତା ସେମାନଙ୍କର ପ୍ରତ୍ୟେକ ସ୍ବପ୍ନକୁ ଭାଙ୍ଗି ଦେଉଛି। ପାରିବାରିକ ଦଳ କେବଳ ରାଜନୈତିକ ସମସ୍ୟା ନୁହେଁ,ଗଣତନ୍ତ୍ରର ସବୁଠାରୁ ବଡ ଶତ୍ରୁ। ତେଣୁ ପରିବାରବାଦ ରାଜନୀତି କରୁଥିବା ଲୋକଙ୍କୁ ସରକାରୁ ହଟାଇବାକୁ ପଡିବ। ଆଜିର ଯୁଗରେ ଯେଉଁମାନେ ଅନ୍ଧବିଶ୍ୱାସର ଦାସ ହୋଇ ରହିଛନ୍ତି ସେମାନେ ଅନ୍ଧବିଶ୍ୱାସ ମାଧ୍ୟମରେ ଅନ୍ୟ କାହାକୁ କ୍ଷତି ପହଞ୍ଚାଇ ପାରନ୍ତି। ଏହି ଅନ୍ଧବିଶ୍ୱାସୀ ଲୋକମାନେ ତେଲେଙ୍ଗାନାର ସମ୍ଭାବନାକୁ କେବେବି ନ୍ୟାୟ ଦେଇ ପାରିବେ ନାହିଁ। ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କଠାରୁ ଆମକୁ ତେଲେଙ୍ଗାନାକୁ ମଧ୍ୟ ବଞ୍ଚାଇବାକୁ ପଡିବ ବୋଲି ସେ କହିଛନ୍ତି।

Breaking News