Report Card Odisha

| Daily Odia News

ସୁରକ୍ଷାକର୍ମୀ ଙ୍କ ଗୁଳିରେ ୪ ଆତଙ୍କୀ ନିପାତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅବନ୍ତିପୋରା ଓ ଶ୍ରୀନଗରର ଦୁଇଟି ସ୍ଥାନରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି | ଦକ୍ଷିଣ କଶ୍ମୀରର ପୁଲୱାମାର ଅବନ୍ତିପୋରାରେ ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଗୁଳିବିନିମୟରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି। କଶ୍ମୀରପୋଲିସ ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ-ସୁରକ୍ଷାକର୍ମୀ କଶ୍ମୀର ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀଙ୍କୁ ଘେରାଉ ଅବସ୍ଥାରେ ଉଭଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶ୍ରୀନଗରରେ ଗୁଳିବିନିମୟରେ ଲସ୍କରର ଆଉ ଏକ ଆତଙ୍କବାଦୀ ସହ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ସୂଚନା ମିଳିଛି।

Breaking News