Report Card Odisha

| Daily Odia News

ଶସ୍ତା ହେବ ମଦ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର | ବିୟର ଓ ୱାଇନ୍ ଉପରେ ଆମଦାନୀ ଶୁକ୍ଳ ହ୍ରାସ କରିବାକୁ ଯାଉଛନ୍ତି ମଧ୍ୟ ପ୍ରଦେଶ ସରକାର। ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ସୂଚନା ଦେଇଛନ୍ତି | କହିଛନ୍ତି କି ମନ୍ତ୍ରୀଙ୍କ ଏକ ଗୋଷ୍ଠୀ ୱାଇନ୍ ଓ ବିୟର ଉପରେ ଆମଦାନୀ ଶୁଳ୍କ କମ୍ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏହା ପରେ ୱାଇନ୍ ଓ ବିୟର ଆହୁରି ଶସ୍ତା ହୋଇଯିବ । ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ବିୟର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ଉପରେ ସହମତି ମିଳିବା ପରେ ମନ୍ତ୍ରୀ ଗୋଷ୍ଠୀ ଏକ ପ୍ରସ୍ତାବ ପ୍ରସ୍ତୁତ କରି ଏହାକୁ କ୍ୟାବିନେଟକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ବିୟର ମାମଲାରେ ଆମଦାନୀ ଶୁଳ୍କକୁ ବଲ୍କ ଲିଟର ପିଛା ୩୦ ରୁ ୨୦ ଟଙ୍କାକୁ ହ୍ରାସ କରିବାକୁ ଏକ ପ୍ରସ୍ତାବ ପଠାଇବାକୁ ଚାଲିଛି ପ୍ରସ୍ତୁତି । ସେହିଭଳି ମଦ ମାମଲାରେ ଏହାକୁ ପ୍ରୁଫ୍ ଲିଟର ପିଛା ୧୦ ରୁ ୫ ଟଙ୍କାକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯିବ ।’ ଏହାପୂର୍ବରୁ ମଧ୍ୟପ୍ରଦେଶ ସରକାର ନୂତନ ଏକ୍ସାଇଜ୍ ପଲିସିରେ ୨୦୨୨-୨୩ ରେ ଇଂରାଜୀ ମଦର ଖୁଚୁରା ମୂଲ୍ୟକୁ ୨୦ ପ୍ରତିଶତ ହ୍ରାସ କରିଥିଲେ । ଏହା ବ୍ୟତୀତ ରାଜ୍ୟର ସମସ୍ତ ବିମାନବନ୍ଦରରେ ଏବଂ ୪ଟି ବଡ଼ ସହର ଇନ୍ଦୋର, ଭୋପାଳ, ଜବଲପୁର ଏବଂ ଗ୍ୱାଲିଅରର ସୁପର ମାର୍କେଟରେ ମଦ ବିକ୍ରୟ ପାଇଁ ସରକାର ଅନୁମୋଦନ ମଧ୍ୟ ଦେଇଛନ୍ତି

Breaking News