ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ବୋତଣ୍ଡା ନିକଟରେ ଜଣେ ଓମ୍ଫେଡ୍ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସିପୁ ବେହେରା ବୋଲି ଜଣାପଡିଛି। ତାଙ୍କର ଦୁଇ ହାତରେ ଗଭୀର ଆଘାତ ଲାଗିଛି। ସିପୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି। ଗତକାଲି ଦୁଇ ଜଣ ଦୁର୍ବୃତ୍ତ ସିପୁଙ୍କ ଦୋକାନ ପାଖକୁ ଆସି କିଛି ଜନିଷ କିଣାକିଣି କରିଥିଲେ। ପରେ କୌଣସି କଥା ନେଇ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ଧାରଣ କରିଥିଲା। ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ସିପୁଙ୍କୁ ହାତକୁ ହାଣି ଦେଇଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ସିପୁଙ୍କ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ପୋଲିସ ବଜାରରେ ଲାଗିଥିବା ସିସିଟିଭିକୁ ଫୁଟେଜକୁ ସଂଗ୍ରହ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମଧ୍ୟ ସିପୁଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..