Report Card Odisha

| Daily Odia News

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଗିରଫ କଲା ଇଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବେଆଇନ ଆର୍ଥିକ କାରବାର ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ | ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହାପୂର୍ବରୁ ଏହି ମାମଲାରେ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୫-୧୬ରେ ଜୈନ ଜଣେ ସରକାରୀ ଅଧିକାରୀ ଭାବେ କାମ କରୁଥିଲେ। ଏହି ସମୟରେ ତାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ହାୱାଲା ନେଟୱର୍କ ଜରିଆରେ ପ୍ରାୟ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା। ଶେଲ କମ୍ପାନୀଗୁଡ଼ିକ ଦ୍ୱାରା ଏପରି କାରବାର ହୋଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି। ଇଡି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମୋଟ ୪.୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଗତ ଏପ୍ରିଲ ମାସରେ ଜୈନ ଓ ତାଙ୍କ ପରିବାର ବର୍ଗଙ୍କ ମାଲିକାରେ ଥିବା କମ୍ପାନୀଗୁଡ଼ିକ ନାଁରେ ଏତେ ପରିମାଣର ସମ୍ପତ୍ତି ରହିଥିଲା। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ)୨୦୨୨ ବଳରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପ୍ରଥମେ ସିବିଆଇ ଶ୍ରୀ ଜୈନ ଓ ଅନ୍ୟ ମାନଙ୍କ ବିରୋଧରେ ଏଫଆଇଆର କରିଥିଲା। ଉକ୍ତ ଏଫଆଇଆର ଆଧାରରେ ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା।

Breaking News