Report Card Odisha

| Daily Odia News

ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପୁସ୍ତକ ଭିତ୍ତିକ ଶିକ୍ଷା ସହିତ ଦକ୍ଷତା ବିକାଶର ଆବଶ୍ୟକତା କୁ ଉପଲବ୍ଧି କରି ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗନଗରରେ ପାଞ୍ଚଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଓଡିଶା ଜୋନ୍‌ର ୩୫ଟି ବିଦ୍ୟାଳୟରୁ ୬୨ ଜଣ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ଓଡିଆ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବାବେଳେ, ଡିଏଭି ପି.ପି.ଏଲ୍‌,ପାରାଦ୍ୱୀପର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ କୁମାର ସାହୁ ଏବଂ ଡିଏଭି ସାବିତ୍ରୀ ଜିନ୍ଦଲ୍ ଅନୁଗୋଳର ଅଧ୍ୟକ୍ଷ ଶ୍ରୀଯୁକ୍ତ ଫକୀର ମୋହନ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନାତନ ପଣ୍ଡା ନିଜ ଜାପାନ ଭ୍ରମଣଜନିତ ଅନୁଭୂତିକୁ ପାଥେୟ କରି ଭାରତ ଓ ଜାପାନର ଶିକ୍ଷା ପଦ୍ଧତି ତଥା ଜୀବନଶୈଳୀକୁ ତୁଳନାତ୍ମକ ଭାବରେ ଉପସ୍ଥାପନ କରିଥିଲେ । ବିଶିଷ୍ଟ ଗାଳ୍ପିକା ଝଞ୍ଜା ଦାସ ଗଳ୍ପ କଥନର ଶୈଳୀ ଓ ସଂସ୍କ୍ରୃତି ଗବେଷକ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟବୋଧଭିତ୍ତିିକ ଶିକ୍ଷାଦାନରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଓସେପାର ରାଜ୍ୟସ୍ତରୀୟ ବିଷୟ ବିଶାରଦ ଗୋପାଳ ଚନ୍ଦ୍ର ତ୍ରିପାଠୀ ଓ ନରୋତ୍ତମ ଷଡ଼ଙ୍ଗୀ ମଧ୍ୟ ଏହି କର୍ମଶାଳାରେ ଯୋଗଦେଇ ଭାଷା ଶିକ୍ଷଣର ଦକ୍ଷତା ଓ କୈାଶଳ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏତଦ୍ଭିନ୍ନ ପ୍ରଶିକ୍ଷକ ପ୍ରଶିକ୍ଷାର୍ଥୀମାନେ ଭାଷା ଶିକ୍ଷଣରେ ସୃଜନଶୀଳତା ଓ ସମାଲୋଚନାତ୍ମକ ଚିନ୍ତନର ବିକାଶ, ଅନୁଭବାତ୍ମକ ଶିକ୍ଷଣ ପଦ୍ଧତି, ଭାଷା ଶିକ୍ଷଣ ପ୍ରକ୍ରିୟା, ଡିଏଭି ସିଏଇର ମୂଲ୍ୟାୟନ ପଦ୍ଧତି ଆଦି ବିଷୟ ବିଭିନ୍ନ କ୍ରିୟାକଳାପ ମାଧ୍ୟମରେ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପ୍ରତ୍ୟକ୍ଷ ଭ୍ରମଣଜନିତ ଆନନ୍ଦ ଓ ଜ୍ଞାନ ଦେବା ପାଇଁ ପୋଖରୀପୁଟସ୍ଥିତ କଳାଭୂମିକୁ କ୍ଷେତ୍ର ପରିକ୍ରମା ପାଇଁ ନିଆଯାଇଥିଲା । ବିଦ୍ୟାଳୟର ଓଡିଆ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

 

Breaking News