Report Card Odisha

| Daily Odia News

ବିଭିନ୍ନ ସ୍ତରରୁ ଧନାଗମ ହେବ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଈଶ୍ବରୀୟ ଚେତନାରେ ଉଦ୍‌ବୃଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷାର ମାଧୁରିମା ଆପଣଙ୍କୁ ଲୋକପ୍ରିୟତା କରାଇପାରେ। ପ୍ରେମୀ ଓ ସାହସୀ ହେବେ। ସର୍ବତ୍ର ବିଜୟୀ ହେବେ।

ବୃଷ: ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁଙ୍କ ସହାୟତା ମିଳିବ। ବିଭିନ୍ନ ସ୍ତରରୁ ଧନାଗମ ହେବ।
ମିଥୁନ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଋଣ କ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରିବେ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ସୁସ୍ଥ ରହିବେ। ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ।
କର୍କଟ: କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ସ୍ନେହପୂର୍ଣ୍ଣ ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଗୁପ୍ତ ବିଦ୍ୟା ପ୍ରାପ୍ତି ପାଇଁ ଖର୍ଚ୍ଚାନ୍ତ ହେବେ।

ସିଂହ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟାରେ ରୁଚି ରହିବ।

କନ୍ୟା: ଜ୍ଞାନର ପ୍ରଦୀପରେ କୁଳକୁ ଉଳମୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହଭାବ ରହିବ।
ତୁଳା: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଉତ୍ତମ ମିତ୍ର ଲାଭର ସୂଚନା ମିଳୁଛି। ଧନ, ଯାନବାହନଯୁକ୍ତ ହେବେ। ସତର୍କରେ ଚଳିବେ।

ଧନୁ: ସମାଜସେବାରେ ତଲ୍ଲୀନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି। ପତ୍ନୀଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ହେବ।

ମକର: ଅକାରଣରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସ୍ବନାମଧନ୍ୟ ହେବେ।

କୁମ୍ଭ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ।

ମୀନ: ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

Breaking News