ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାୟକଙ୍କ ପାଇଁ ଆଲିସାନ ଆପାର୍ଟମେଣ୍ଟ ତିଆରି କରିବାକୁ ରାଜଧାନୀ ଭୁବନେଶ୍ୱରରେ ଥିବା କିଛି ଗଛ କାଟି ଦିଆଯାଇଥିବା ବେଳେ ଆଉକିଛି କାଟିବା ପାଇଁ ନଂବରିଂ ହୋଇରହିଛି । ଏହା ସାଧାରଣ ଲୋକଙ୍କୁ ବ୍ୟଥିତ କରିଥିବା ବେଳେ ଏନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା। ଏହି ମାମଲା ଉପରେ ଆଜି ହାଇକୋର୍ଟ ଶୁଣାଣି କରି ବିଧାୟକଙ୍କ ନିମନ୍ତେ ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା ଗଛକଟା ଓ ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ। ସାଧାରଣ ପ୍ରଶାସନ ବିଭାଗ ସଚିବ ସତ୍ୟପାଠ ଜରିଆରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁନ୍ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନଧାର୍ଯ୍ୟ କରିଛନ୍ତି କୋର୍ଟ। ତେବେ ଏହା ମଧ୍ୟରେ ଗଛ ନ କାଟିବାକୁ ହାଇକୋର୍ଟ ସରକାରୀ ଓକିଲଙ୍କୁ ତାଗିଦ କରିଥିବା ବେଳେ ଏପରି ହେବନି ବୋଲି ସମ୍ପୂର୍ଣ୍ଣ ଭରସା ଦେଇଛନ୍ତି ସରକାରୀ ଓକିଲ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..