ରିପୋର୍ଟ କାର୍ଡ / ପୁରୀ
ବହୁଚର୍ଚ୍ଚିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ କୋର୍ଟଙ୍କ ରାୟ ଆସିଛି। ଆଜି ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କରିଛନ୍ତି ସୁପ୍ରିକକୋର୍ଟ। ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ମାମଲା ରଦ୍ଦ କରିବା ସହ ଉଭୟ ପକ୍ଷଙ୍କ ଉପରେ ଜରିମାନା ପକାଇଛନ୍ତି। କୋର୍ଟଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି। ଏହା ପରେ ପ୍ରକଳ୍ପ କାମ କିପରି ଆଗକୁ ଯିବ, କାହା ତତ୍ତ୍ୱାବଧାନରେ କାମ ହେବ, ତାହା ଏ ଯାଏ ସ୍ପଷ୍ଟ ହୋଇନି। ସୂଚନା ଯୋଗ୍ୟ,ଗତକାଲି ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖା ଯାଇଥିଲା।






More Stories
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..
ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା…..
ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ମଦ ଦୋକାନ…..