Report Card Odisha

| Daily Odia News

ଦୁଷ୍କର୍ମ ପଛରେ ରାଜନେତାଙ୍କ ପୁଅ, ୨ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ୨୦୧୯ ଗଣଦୁଷ୍କର୍ମ ପରେ ଏହି ଘଟଣା ସମ୍ପୂର୍ଣ୍ଣ ତେଲେଙ୍ଗାନାକୁ ଦୋହଲାଇ ଦେଇଛି | ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଚିହ୍ନଟ କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ଜଣାପଡିଛି । ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ନାବାଳକ ଥିବାରୁ ପୋଲିସ୍‌ ହେପାଜତକୁ ନିଆଯାଇଥିବା ବେଳେ ଆଜି ସେମାନଙ୍କୁ ପଚରାଉଚରା କରାଯିବ। ଗତକାଲି ଅଭିଯୁକ୍ତ ସାଦୁଦ୍ଦିନ ମଲ୍ଲିକଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗତକାଲି ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବ। ତଦନ୍ତ ପାଇଁ ତାକୁ ରିମାଣ୍ଡରେ ନେବାକୁ ପୋଲିସ୍ ଆବେଦନ କରିବ। କୁହାଯାଉଛି ଅଭିଯୁକ୍ତ ଜଣକ ଟିଆରଏସ୍ ଦଳର ଜଣେ ନେତାଙ୍କ ପୁଅ। ଅନ୍ୟ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଓ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ବି ଅଛନ୍ତି। ହେଲେ ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ଏଥିରେ ସମ୍ପୃକ୍ତ ନଥିବା ପୀଡ଼ିଡ଼ା ଜଣକ କହିଥିବା ପୋଲିସ୍ କହିଛି। ଏହାପରେ ସିସିଟିଭି ଫୁଟେଜ୍, CDRକୁ ତଦନ୍ତ କରାଯିବା ପରେ ଗୃହମନ୍ତ୍ରୀଙ୍କ ନାତି ସମ୍ପୃକ୍ତ ନଥିବା ଜଣାପଡ଼ିଛି। ୧୭ ବର୍ଷୀୟ ସମ୍ପୃକ୍ତ ଯୁବତୀଙ୍କୁ ମର୍ସିଡିସ୍ କାର୍‌ରେ ଗଣଦୁଷ୍କର୍ମ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଇନୋଭା କାର୍‌ରେ ଜଘନ୍ୟକାଣ୍ଡ ଘଟିଥିବା ପୋଲିସ୍‌ ସୂଚନା ଦେଇଛି। ସୂଚନା ଅନୁସାରେ, ଗତ ୨୮ ତାରିଖ ଦିନ ୧୭ ବର୍ଷୀୟ ସମ୍ପୃକ୍ତ ଯୁବତୀ ଜଣେ ବନ୍ଧୁଙ୍କ ସହ ଏକ ପବ୍‌ରେ ଆୟୋଜିତ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏହାପରେ ଯୁବତୀ ଜଣକ ଉକ୍ତ ଯୁବକ ଓ ତାଙ୍କ ସାଙ୍ଗମାନଙ୍କ ସହ ପବ୍‌ରୁ ବିଳମ୍ବିତ ରାତିରେ ବାହାରିଥିଲେ। ସେମାନେ ଯୁବତୀଙ୍କୁ ଘରେ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଯୁବତୀ ଜଣକ ତାଙ୍କ ସହ ଯିବା ପାଇଁ ରାଜି ହୋଇଥିଲେ। ହେଲେ ଏହି ୫ ଅଭିଯୁକ୍ତ ଯୁବତୀଙ୍କୁ ଘର ଛାଡ଼ିବା ପରିବର୍ତ୍ତେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପୂର୍ବରୁ ଯୁବକମାନେ ପ୍ରଥମେ ଏକ କେକ୍‌ ଦୋକାନକୁ ଯାଇଥିଲେ। ଏହାପରେ ୫ ଯୁବକ ଜୁବ୍‌ଲି ହିଲ୍ସ ଏରିଆରେ କାର୍‌ ପାର୍କିଂ କରିଥିଲେ ଓ ଗାଡ଼ି ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Breaking News