ରିପୋର୍ଟ କାର୍ଡ / କଟକ
ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ନେଇ ଗ୍ରାମ୍ୟ ପାନୀୟଜଳ ଓ ପରିମଳ (ଆରଡବ୍ଲୁଏସଏସ) କଟକ ଡିଭିଜନ-୨ର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିବରାମ ବିଶ୍ୱାଳଙ୍କୁ ଶୁକ୍ରବାର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ୬ମାସ ଜେଲ ଦଣ୍ଡାଦେଶ କରାଯାଇଛି। ଏହି ଯନ୍ତ୍ରୀ ପ୍ରାୟ ୨୩ ଲକ୍ଷ ୮୩ ହଜାର ୭୮୬ ଟଙ୍କା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିଲେ। ଭିଜିଲାନ୍ସ କଟକ ଡିଭିଜନର ପୂର୍ବତନ ଇନ୍ସପେକ୍ଟର ସରୋଜ ରାୟ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ କଟକ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପିପି ବିରେନ କୁମାର ପଣ୍ଡା ମାମଲା ଲଢ଼ୁଥିଲେ।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……