ରିପୋର୍ଟ କାର୍ଡ / ବାଲେଶ୍ଵର
ନ୍ୟୁକିୟର କ୍ଷମତା ସମ୍ପନ୍ନ ଅଗ୍ନି-୪ ବାଲିଷ୍ଟିକ୍ ମିଜାଇଲର ପରୀକ୍ଷଣ ସଫଳ ହୋଇଛି । ସୋମବାର ବାଲେଶ୍ୱର ଅବଦୁଲ କଲାମ ଦ୍ୱିପରୁ ଏହି ମିଜାଇଲର ପରୀକ୍ଷଣ ହୋଇଥିଲା । ଆଉ ଏହି ମିଜାଇଲର ସଫଳ ପରୀକ୍ଷଣ ପରେ ଦେଶର ସାମରିକ ଶକ୍ତିରେ ବୃଦ୍ଧି ହୋଇଛି । ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୪ର ୩୫୦୦ ରୁ ୪୦୦୦ କିମି ଯାଏଁ ଲକ୍ଷ୍ୟଭେଦ କ୍ଷମତା ରହିଛି । ଏହି ମିଜାଇଲର ଲମ୍ବ ୨୦ ମିଟର, ୧ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଗତ ବର୍ଷ ଭାରତ ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରକୁ ସଫଳ ପରୀକ୍ଷଣ କରିଥିଲା, ଏହି ମିଜାଇଲ ୧୦୦୦ ରୁ ୨୦୦୦ କିମି ଲକ୍ଷ୍ୟଭେଦ କରିପାରିବ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..