Report Card Odisha

| Daily Odia News

ମର୍ମନ୍ତୁଦ ସଡକ ଦୁର୍ଘଟଣା,୨ ଶିଶୁ ସମେତ ୮ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନ ବାରମେରରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର-ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ  ୨ ଶିଶୁ ମଧ୍ୟ ରହିଛନ୍ତି। ସଭିଏଁ ବରଯାତ୍ରୀ ଭାବେ ଗୋଟିଏ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ, ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଗୁଦାମାଲାନୀ ଥାନା ନିକଟରେ ଘଟିଛି। ଜାଲୋରର ସେଡିୟା ବାସିନ୍ଦା ଏକ ପରିବାର ବାରମେର ଜିଲାରୁ ଗୁଦାମାଲାନୀ ଯାଉଥିଲେ। କାରରେ ପ୍ରାୟ ୯ ଜଣ ଯାତ୍ରା କରୁଥିଲେ। ଗୁଦାମାଲାନୀ ଜାତୀୟ ରାଜପଥରେ ଏହି କାର ସହ ଟ୍ରକର ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧକ୍କା ହେବା ପରେ କିଛି ବାଟ ଯାଇ ଟ୍ରକଟି ମଧ୍ୟ ଓଲଟି ପଡିଥିଲା। ଖବର ପାଇବା ମାତ୍ରେ ପୁଲିସ, ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Breaking News