Report Card Odisha

| Daily Odia News

ଭାରତକୁ ଯୋଡ଼ିବାର ସମୟ ଆସିଛି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସଲାମ ଧର୍ମର ପ୍ରବର୍ତ୍ତକ ମହମ୍ମଦ ରସୁଲଙ୍କ ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ଯେ ଘୃଣା କେବଳ ଘୃଣାକୁ ହିଁ ଜନ୍ମ ଦେଇଥାଏ ଏବଂ ବର୍ତ୍ତମାନ ଭାରତକୁ ଯୋଡ଼ିବାର ସମୟ ଆସିଛି। କେବଳ ପ୍ରେମ ଓ ଭ୍ରାତୃତ୍ବ ହିଁ ଭାରତକୁ ପ୍ରଗତିର ପଥରେ ଆଗେଇ ନେଇପାରିବ ବୋଲି ହିନ୍ଦୀରେ ଟ୍ବିଟ୍ କରି ଏବଂ ‘ଭାରତ ଯୋଡ଼ୋ’ ହାସଟ୍ୟାଗ୍ ବ୍ୟବହାର କରି ସେ କହିଛନ୍ତି। ଦଳର ଉଦୟପୁର ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ‘ଭାରତ ଯୋଡ଼ୋ ଯାତ୍ରା’ ଯୋଜନା ବିଷୟରେ ଆଲୋଚନା ନିମନ୍ତେ ହୋଇଥିବା ‌ଦଳୀୟ ବୈଠକରେ ଯୋଗ ଦେବା ପରେ ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି। ଧ୍ରୁବୀକରଣ ଜରିଆରେ ବିଜେପି ସମାଜରେ ଘୃଣାର ପ୍ରସାର କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି। ‘ବିଜେପିର ଘୃଣା ଦେଶକୁ ନଷ୍ଟ କରୁଛି ଏବଂ ଏହାକୁ ବଞ୍ଚାଇବାକୁ ହେଲେ ଆମକୁ ଦେଶକୁ ଯୋଡ଼ିବାକୁ ପଡ଼ିବ’ ବୋଲି କଂଗ୍ରେସ ତା’ର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପ୍ରକାଶ କରିଛି।

Breaking News