Report Card Odisha

| Daily Odia News

ଥଣ୍ଡା, କାଶ ଓ ଜ୍ୱର ହେଲେ ଆଇସୋଲେଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଥଣ୍ଡା, କାଶ ଓ ଜ୍ୱର ହେଲେ ତୁରନ୍ତ ଆଇସୋଲେଟ ସହ ଟେଷ୍ଟିଂ କରନ୍ତୁ। ୧୦ ହଜାର ଟେଷ୍ଟରୁ ୨୫ ପଜିଟିଭି ବାହାରୁଛି। ପଜିଟିଭିଟି ହାର ୦.୦୫% ରହୁଛି। ଏହାକୁ ନେଇ ଆତଙ୍କ ହେବାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି, କରୋନା ସଂକ୍ରମଣ ଏଭଳି ତଳ ଉପର ହେବ। କେଉଁଠି ବଢ଼ିବ କେଉଁଠି କମିବ। କଣ୍ଟା ଟ୍ରେସିଂ ପରେ ଆଇସୋଲେଟ କରି ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ସୂଚନା ଅନୁସାରେ- ପୁଣି ଥରେ ଫେରିଛି କରୋନା। ପ୍ରତିଦିନ ଲୋକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ କଠୋର ହୋଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସେଥିପାଇଁ ସତର୍କସୂଚନା ଜାରି କରିଛନ୍ତି। ମେଡିକାଲ, ବସ୍‌ଷ୍ଟାଣ୍ଡ ଓ ଏୟାରପୋର୍ଟ, ରେଲୱେ ଷ୍ଟେସନ ଭଳି ସମ୍ବେଦନଶୀଳ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଏପରିକି ବିମାନରେ ଯାତ୍ରା ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Breaking News