Report Card Odisha

| Daily Odia News

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ BJD…..

ରିପୋର୍ଟ କାର୍ଡ / ଭୁବନେଶ୍ବର

NDA ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବିଜେଡି | ଆଜି ଏନେଇ ନିଜେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍ ଜରିଆରେ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବାକୁ ନବୀନ ନିବେଦନ କରିଥିବା ସୂଚନା ମିଳିଛି। ଦଳମତ ନିର୍ବିଶେଷରେ ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି। ଓଡ଼ିଶା ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ ଯେ ଆମ ମାଟିର ଝିଅ ଦେଶର ସର୍ବୋଚ୍ଚ ପଦବୀ ପାଇବାକୁ ଯାଉଛନ୍ତି। ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ତାଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ନବୀନ।

 

Breaking News