ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପାରିବାରିକ ବିବାଦରେ ଛନ୍ଦି ହୋଇ ଥିବା ବେଳେ ଏବେ ରାଜନୈତିକ ଚର୍ଚାକୁ ଆସିଛନ୍ତି | ଅନୁଭବ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଶାସକ ବିଜେଡିରେ ଅନୁଭବ କୋଣଠେସା ହୋଇ ରହିଥିବା ବେଳେ ଏବେ ବିଜେପି ଆଡ଼କୁ ମୁହାଁଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି | ଶାହଙ୍କୁ ହଠାତ୍ ଏପରି ଭେଟିବା ଅନେକ ପ୍ରଶ୍ନ ବାଛି ସୃଷ୍ଟି କରୁଛି | ଦୁହେଁ ସାମ୍ନାସାମ୍ନି ବସି କିଛି ସମୟ ଆଲୋଚନା କରିଥିବା ବେଳେ ଏହାର ଫଟୋ ଅନୁଭବ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଫଟୋକୁ ନେଇ ରାଜନୈତିକ ହଟ ଚମଟ ସୃଷ୍ଟି ହୋଇଛି |






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..