Report Card Odisha

| Daily Odia News

ବ୍ରିକ୍ସ ସମ୍ମିଳନୀ:ବୈଶ୍ବିକ ‌କୋଭିଡ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଗୁରୁତ୍ବ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଚୀନ୍‌ ଦ୍ବାରା ଆୟୋଜିତ ଚତୁର୍ଦ୍ଦଶ ବ୍ରିକ୍ସ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ବ୍ରାଜିଲ, ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତାମାନେ ଯୋଗ ଦେଇଛନ୍ତି। ବୈଠକରେ ଭର୍ଚୁଆଲ ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ଆମ ନାଗରିକଙ୍କ ଉପକାର କରିଛି। ବୈଶ୍ବିକ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କର ସମାନ ମତ ରହିଛି । ତେବେ ବୈଶ୍ବିକ ଭାବେ କୋଭିଡ୍‌ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ଲୋଡ଼ା ବୋଲି ମୋଦୀ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ମଧ୍ୟରେ ସହଯୋଗ ଯୋଗୁଁ ନାଗରିକମାନେ ଉପକୃତ ହେଉଛନ୍ତି। ବ୍ରିକ୍ସ ଯୁବ ସମ୍ମିଳନୀ, ବ୍ରିକ୍ସ ସ୍ପୋର୍ଟ‌୍ସ , ସିଭିଲ୍‌ ସୋସାଇଟି ଅନୁଷ୍ଠାନ ଏବଂ ଥିଙ୍କ୍‌ ଟ୍ୟାଙ୍କ୍‌ ମଧ୍ୟରେ ଯୋଗାଯୋଗ ସୁଦୃଢ଼ କରିବା ଦ୍ବାରା ଆମେ ଲୋକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରୁଛୁ ବୋଲି ମୋଦୀ କହିଛନ୍ତି।

Breaking News