ରିପୋର୍ଟ କାର୍ଡ / ରାଇରଙ୍ଗପୁର
ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହିରେ ଜଳିଲା ବିଜୁଳି । ଏହି ସାହିକୁ ବିଦ୍ୟୁତ ସଂଯୋଗ ପରେ ଲୋକଙ୍କ ଘରେ ବିଜୁଳି ଜଳିଛି। ଗାଁରେ ବିଜୁଳି ନ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସରକାର ତତ୍ପରତା ଦେଖିଥିଲେ | ବିଦ୍ୟୁତ ବିଭାଗ ତତ୍ପର ହୋଇ ଏହି ଗାଁକୁ ବିଦ୍ୟୁତ ସଂଯୋଗ କରିଥିଲା। ଶନିବାର ଠାରୁ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତକାଲି ଗାଁରେ ମୋଟ ୨୦ ଗୋଟି ଖୁଣ୍ଟ ପୋତା ଯାଇଥିଲା । ଆଜି ଉପରବେଡ଼ା ଡୁଙ୍ଗୁରିସାହିରେ ମୋଟ ୧୮ଟି ଘରକୁ ବିଦ୍ୟୁତ ସଂଯୋଗ କରାଯାଇ ଲାଇନ ଚାର୍ଜ ହୋଇଥିଲା। ଫଳରେ ଏମାନଙ୍କ ଘରେ ବିଜୁଳି ଆଲୁଅ ଜଳିଛି। ବିଜୁଳି ଆଲୁଅ ଦେଖି ଲୋକେ ଖୁସି ହୋଇଛନ୍ତି | ଦୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଯୋଗୁ ଲାଇନ୍ ସଂଯୋଗ ମିଳିପାରିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..