ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାହାଜରେ ବୋଝେଇ ହେଉଥିବା ଗ୍ୟାସ୍ କଣ୍ଟେନର୍ ଲିଙ୍କ ହୋଇଛି | କ୍ରେନ୍ରୁ ଗୋଟିଏ ଟାଙ୍କି ଖସିପଡ଼ିବା ଫଳରେ ଉପୁଜିଲା ଭୟଙ୍କର ସ୍ଥିତି। ମଧ୍ୟପ୍ରାଚ୍ୟ ଦେଶ ଜୋର୍ଡାନ୍ରେ ଏଭଳି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୨୫୦ ଲୋକ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଜୋର୍ଡାନ୍ର ଆକ୍ୱାବା ବନ୍ଦରରେ ଘଟିଥିବା ଏହି ପୂରା ଘଟଣା କ୍ୟାମେରାରେ କଏଦ୍ ହୋଇଛି। ଭିଡିଓରେ ବିଷାକ୍ତ ଗ୍ୟାସ୍ ଭର୍ତ୍ତି ଟାଙ୍କି ଖସିପଡ଼ିବା ପରେ ହଳଦିଆ ରଙ୍ଗର ବିଷାକ୍ତ ଗ୍ୟାସ୍ ପୂରା ପରିସରକୁ ମାଡ଼ିଯାଉଥିବା ଦେଖିବାକୁ ମିଳୁଛି। ଲୋକମାନେ ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ୁଛନ୍ତି। ହେଲେ ଏଥିରୁ ବର୍ତ୍ତି ନପାରି ୧୩ ଜଣଙ୍କ ଜୀବନ ଯାଇଛି ଏବଂ ୨୫୦ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ସରକାରଙ୍କ ପକ୍ଷରୁ ଆକ୍ୱାବା ସହରବାସୀଙ୍କୁ ଘର ଭିତରେ ରହିବାକୁ ଏବଂ ଝରକା କବାଟ ବନ୍ଦ ରଖିବାକୁ କୁହାଯାଇଛି। ତେବେ କଣ୍ଟେନର୍ରେ କେଉଁ ଗ୍ୟାସ୍ ଥିଲା ସେନେଇ କିଛି ସ୍ପଷ୍ଟ କରାଯାଇନଥିବା ବେଳେ, ଏହା କ୍ଲୋରିନ୍ ଗ୍ୟାସ୍ ହୋଇପାରେ ବୋଲି ଆଶଙ୍କା କରାଯାଉଛି।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..