Report Card Odisha

| Daily Odia News

ଓୱାଇସି ଙ୍କୁ ଶକ୍ତ ଝଟକା, ହାତ ଛାଡିଲେ ୪ ବିଧାୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟକୁ ମାଙ୍କଡ ନାଚ ବୋଲି କହିଥିଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ। ବିହାରରୁ ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ମଧ୍ୟରୁ ଚାରିଜଣ ଆରଜେଡିରେ ଯୋଗ ଦେଇଛନ୍ତି। ୫ଜଣଙ୍କ ମଧ୍ୟରୁ ୪ଜଣ ବିଧାୟକ ଓୱେସୀଙ୍କ ହାତ ଛାଡ଼ି ଆରଜେଡି ସହ ହାତ ମିଳାଇଥିବା ଜଣାପଡ଼ିଛି। ସେମାନେ ହେଲେ ଶାହନଓ୍ବାଜ,ଇଜହାର, ଅଞ୍ଜାର ନାଇୟନୀ ଏବଂ ସଇଦ ରୁକଉଦ୍ଦିନ। ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତଥା ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଓୱାଇସି ଦଳର ଚାରିଜଣ ବିଧାୟକ ଆରଜେଡିରେ ଯୋଗଦେବା ଖବରକୁ ସ୍ବୀକାର କରିଛନ୍ତି। ଫଳରେ ଆରଜେଡିର ବିଧାୟକ ସଖ୍ୟା ଏବେ ୮୦ରେ ପହଞ୍ଚିଛି। ପୂର୍ବରୁ ଆରଜେଡିରେ ୭୬ ଜଣ ବିଧାୟକ ଥିଲେ। ସୂଚନାନୁସାରେ, ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଏଆଇଏମ୍‌ଆଇଏମର ଚାରିଜଣ ବିଧାୟକଙ୍କ ସହ ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କ ଚାମ୍ବରକୁ ଯାଇଥିଲେ। ଏଠାରୁ ଯିବା ପରେ ସେ କହିଥିଲେ ଯେ, ଚାରିଜଣ ବିଧାୟକ ଆରଜେଡିରେ ଯୋଗ ଦେଇଛନ୍ତି। ଏଆଇଏମ୍‌ଆଇଏମ ରାଜ୍ୟ ସଭାପତି ଅଖତରୁଲ ଇମାନ ଓୱାଇସିଙ୍କ ଦଳ ଛାଡି ନାହାଁନ୍ତି। ଏହା ବ୍ୟତୀତ ସମସ୍ତ ଚାରିଜଣ ବିଧାୟକ ଆରଜେଡିରେ ଯୋଗ ଦେଇଛନ୍ତି ସୂଚନା ମିଳିଛି

Breaking News