Report Card Odisha

| Daily Odia News

ଅଗଷ୍ଟ ୬ ଉପ ରାଷ୍ଟ୍ରପତି ନିର୍ବାଚନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ଶେଷ ହେବାପରେ ଅନୁଷ୍ଠିତ ହେବ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟ। ଆସନ୍ତା ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ | ଏନେଇ ଆଜି ତାରିଖ ଘୋଷଣା କରାଯାଇଛି। ବର୍ତ୍ତମାନ ଦେଶର ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଭେଙ୍କୟା ନାଇଡୁ | ତାଙ୍କର କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବ। ତେଣୁ ସେ ଅବସର ନେବା ପୂର୍ବରୁ ହିଁ ନୂଆ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଯଦି ଭାରତର ପରବର୍ତ୍ତୀ ଉପ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନର ଆବଶ୍ୟକ ପଡ଼େ, ତା’ହେଲେ ଏହା ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ଅଗଷ୍ଟ ୬ରେ ଭୋଟ ଗ୍ରହଣ ସହ ଗଣତି ହେବ। ଗଣତି ପରେ ସେହିଦିନ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଉପ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଜୁଲାଇ ୧୯। ଜୁଲାଇ ୨୦ ତାରିଖରେ ନାମାଙ୍କ ଯାଞ୍ଚ ଓ ୨୨ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ଅଗଷ୍ଟ ୬ ତାରିଖ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ ଗ୍ରହଣ ହେବ। ଏହାପରେ ଭୋଟ ଗଣତି ସହ ଫଳାଫଳ ପ୍ରକାଣ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।

Breaking News