ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମଗ୍ର ଦେଶ ନିକଟରେ କ୍ଷମାପ୍ରାର୍ଥନା କରିବେ ନିଲମ୍ବିତା ବିଜେପି ନେତ୍ରୀ ନୂପୁର ଶର୍ମା | ଏନେଇ ଆଜି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି | ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଉପସାଗରୀୟ ଦେଶରେ ଭୀଷଣ ରାଗ ଓ ସ୍ବଦେଶରେ ତୀବ୍ର ପ୍ରତିବାଦ ସୃଷ୍ଟି କରାଇଥିବା ବିଜେପି ନେତ୍ରୀ ନୂପୁର ଶର୍ମା ଦେଶ ନିକଟରେ କ୍ଷମାପ୍ରାର୍ଥନା କରିବା ଉଚିତ | ଦେଶରେ ଯାହା ହେଉଛି ସେଥିପାଇଁ ଏକା ସେ ହିଁ ଦାୟୀ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ କହିଲେ, ସେ କିଭଳି ହିଂସା ଉଦ୍ରେକ କଲେ ସେ ବିତର୍କ ଆମେ ଦେଖିଲୁ। କିନ୍ତୁ, ସେ ଯେଭଳି ଢଙ୍ଗରେ ସେ ସବୁ କହିଲେ ଏବଂ ନିଜେ ଜଣେ ଓକିଲ ବୋଲି ପରେ ପରିଚୟ ଦେଲେ ତାହା ଲଜ୍ଜାଜନକ। ସମଗ୍ର ଦେଶ ନିକଟରେ ସେ କ୍ଷମାଭିକ୍ଷା କରିବା ଉଚିତ। ତାଙ୍କ ମନ୍ତବ୍ୟ ବିପକ୍ଷରେ ଫାଇଲ୍ ହୋଇଥିବା ସମସ୍ତ ‘ଏଫ୍ଆଇଆର୍’ ଦିଲ୍ଲୀକୁ ସ୍ଥାନାନ୍ତର କରିବା ପାଇଁ ନୂପୁର ଶର୍ମା ଦାଏର କରିଥିବା ପିଟିସନ୍ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ସୁପ୍ରିମ୍ କୋର୍ଟ କହିଛନ୍ତି| ନୂପୁରଙ୍କ ଧମକ ଦିଆଯାଉଛି ବୋଲି ତାଙ୍କ ଓକିଲ କହିବାରୁ ବିଚାରପତି ସୂର୍ଯ୍ୟକାନ୍ତ କହିଲେ, ତାଙ୍କୁ ଧମକ ଦିଆଯାଉଛି ନା ସେ ନିରାପତ୍ତା ନିମନ୍ତେ ବିପଦ ପାଲଟି ଯାଇଛନ୍ତି? ସାରା ଦେଶରେ ସେ କିଭଳି ଭାବାବେଗ ସୃଷ୍ଟି ନ କରିଛନ୍ତି! ଦେଶରେ ଯାହା ଘଟୁଛି ସେଥିପାଇଁ ଏକମାତ୍ର ଏ ମହିଳା ହିଁ ଦାୟୀ।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….