ରିପୋର୍ଟ କାର୍ଡ / ମୁମ୍ବାଇ
ଦୀର୍ଘ ବର୍ଷ ପରେ ବଲିଉଡ୍ କୁ କମ୍ବ୍ୟାକ୍ କରୁଛନ୍ତି ନର୍ଗିସ୍ ଫଖରୀ | ଏହି ସମୟରେ କେବଳ ଲୋକ ନୁହଁନ୍ତି, ନିର୍ମାତାମାନେ ମଧ୍ୟ ବିରତି ନେଉଥିବା ହିରୋଇମାନଙ୍କୁ ଭୁଲିଯାଆନ୍ତି। ହେଲେ ରଣବୀର କପୁରଙ୍କ ବିପକ୍ଷରେ ଫିଲ୍ମ ରକଷ୍ଟାରରେ ଡେବ୍ୟୁ କରିଥିବା ନର୍ଗିସଙ୍କୁ ମନେ ପକାଇଛନ୍ତି ନିର୍ମାତା। ଦୁଇ ବର୍ଷର ବ୍ରେକ୍ ପରେ, ନର୍ଗିସ୍ ବଲିଉଡରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ପୁରା ହୋଇପାରି ନଥିଲା। ଏବେ ସେ ପୁଣି ଥରେ ଦର୍ଶକଙ୍କ ସାମ୍ନାରେ ନିଜର ଅଭିନୟ ଦେଖାଇବେ। କିନ୍ତୁ ତାହା ବଲିଉଡରୁ ନୁହେଁ ବରଂ ସାଉଥରେ। ସେ ଆଗାମୀ ଦିନରେ ପୱନ କଲ୍ୟାଣଙ୍କ ବିପକ୍ଷରେ ତେଲୁଗୁ ଫିଲ୍ମରେ ନର୍ଗିସ୍ଙ୍କୁ ଦେଖିବାକୁ ମିଳିବ ।

ଏହି ଚଳଚ୍ଚିତ୍ରରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ଅଛନ୍ତି। ୨୦୧୧ରେ ନର୍ଗିସ୍ ରଣବୀର କପୁରଙ୍କ ବିପକ୍ଷରେ ରକଷ୍ଟାର ସହିତ ଡେବ୍ୟୁ କରିଥିଲେ। ଏହା ପରେ ତାଙ୍କର ତିନୋଟି ଫିଲ୍ମ ଆସିଥିଲା, ତା ପରେ ସେ ପୁରାପୂରି ଗାଏବ ହୋଇ ଯାଇଥିଲେ। ପରେ ଶୁଣିବାକୁ ମିଳିଥିଲା କି ସେ ଅଭିନେତା ଉଦୟ ଚୋପ୍ରାଙ୍କ ସହ ଆମେରିକା ଚାଲି ଯାଇଥିଲେ। ହେଲେ ହଠାତ୍ ୨୦୧୭ରେ ଉଦୟଙ୍କ ସହ ବ୍ରେକ୍ଅପ୍ ହେବା ଘୋଷଣା କରିଥିଲେ । କିଛି ସମୟ ପରେ୨୦୧୮ରେ ଫିଲ୍ମ ନିର୍ମାତା ମେଟ୍ ଆଲୋନଜୋଙ୍କ ସହ ସମ୍ପର୍କରେ ଥିବା ନେଇ କହିଥିଲେ। ଅନ୍ୟପଟେ ନର୍ଗିସ୍ କିକ୍, ଢିସୁମ୍ , ଫଟା ପୋଷ୍ଟର ସେ ନିକଲା ହିରୋ , ଅଜହର ଭଳି ଫିଲ୍ମରେ କାମ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କି ନର୍ଗିସ୍ ବଲିଉଡରେ ପୁଣି ଥରେ ତାଙ୍କର ନୂଆ ପ୍ରୋଜେକ୍ଟରେ ପାଦ ରଖିବେ କି ନାହିଁ ।






More Stories
ରେକର୍ଡ ଭାଙ୍ଗିବ କି ଭୂତ ବଙ୍ଗଳା!……
ଆଶା ଭୋସ୍ଲେଙ୍କ ପରଲୋକ…..
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..