Report Card Odisha

| Daily Odia News

ବରଫ ଅତଡା ଖସି ୬ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଟାଲିର ଅତ୍ୟୁଚ୍ଚ ଆଲପ୍ସ ପର୍ବତମାଳାରେ ବରଫ ଅତଡା ଖସି ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ରବିବାର ତାପମାତ୍ରା ଅଧିକ ହେବାରୁ ଏଭଳି ହୋଇଥିବା ସ୍ଥାନୀୟ ଅଧିକାରୀମାନେ କହିଛନ୍ତି। ଇଟାଲିର ଟ୍ରେଣ୍ଟୋ ଓ ଭେନେଟୋ ଅଞ୍ଚଳରେ ଥିବା ଏହି ପର୍ବତର ୩୩୦୦ ମିଟର ଉଚ୍ଚରେ ଥିବା ମାରମୋଲାଦା ନାମକ ଏକ ସ୍ଥାନରୁ ଏହି ବରଫ ଅତଡା ସହ କିଛି ଡୋଲମାଇଟ ଭାଙ୍ଗି ଖସିପଡିବାରୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ସରକାରଙ୍କ ପକ୍ଷରୁ ଆଶଙ୍କା କରାଯାଉଛି। ଟ୍ରେଣ୍ଟୋ ଆଞ୍ଚଳିକ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଆହତମାନଙ୍କୁ ସ୍ଥାନୀୟ ବେଲୁନୋ, ଟ୍ରେଭିସୋ, ଟ୍ରେଣ୍ଟୋ ଏବଂ ବୋଲଜାନୋରେ ଥିବା ହସ୍ପିଟାଲଗୁଡିକରେ ଭର୍ତ୍ତି କରାଯାଇଛି ବୋଲି ଭେନୋଟର ସରକାରୀ ମୁଖ୍ୟ ଲୁକା ଜାଇଆ କହିଛନ୍ତି। ବର୍ତ୍ତମାନ ପାଣିପାଗ ଭଲ ଅଛି, କିନ୍ତୁ କାଳେ ଅଧିକ ବରଫ ଅତଡା ଖସିବା ଆଶଙ୍କାରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି ସେ କହିଛନ୍ତି।

 

Breaking News