Report Card Odisha

| Daily Odia News

ଚିତ୍ର ବିଦ୍ୟା ପାରଦର୍ଶୀ ହୋଇପାରନ୍ତି….

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ମେଷ: ବିବାହ ସ୍ଥିର ହୋଇପାରେ। ସ୍ବର୍ଣ୍ଣାଦି ଲାଭର ସୂଚନା ମିଳୁଛି। ପତ୍ନୀ ଚଞ୍ଚଳା ହେବେ। ଧନପ୍ରିୟ ହୋଇପାରନ୍ତି। ପତିଙ୍କ ଉପଦେଶକୁ ଅଣଦେଖା କରି ସ୍ବେଚ୍ଛାକୃତାଚାରିଣୀ ହୋଇପାରନ୍ତି।

ବୃଷ: ଗୃହପାଳିତ ପଶୁମାନଙ୍କ ପାଇଁ ପଡ଼ୋଶୀ ସହ ବୈରୀଭାବ ଯୁକ୍ତ ହୋଇପାରନ୍ତି। ପତ୍ନୀ ସ୍ନେହୀ ଓ ବନ୍ଧୁସ୍ନେହୀ ହେବେ। ଅଜାତଶତ୍ରୁ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।

ମିଥୁନ: ସନ୍ତାନମାନେ ସୁଶିକ୍ଷିତ ଓ ସ୍ବଧର୍ମାନୁରକ୍ତ ହୋଇ ସତ୍‌ଚରିତ୍ର ସମ୍ପନ୍ନ ହେବେ। ତେଜୀୟାନ୍‌ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ଜନଗଣଙ୍କ ମଧ୍ୟରେ ଶୀର୍ଷାସନ ପାଇବେ।

କର୍କଟ: ଜଳଜାତ ଦ୍ରବ୍ୟରୁ ଧନ ଆହରଣ କରିପାରନ୍ତି। ଗୃହନିର୍ମାଣ ପାଇଁ ଉପଯୁକ୍ତ ପୁଣ୍ୟ ଭୂମି ଓ ବହୁ ସମ୍ପଦ ଲାଭ କରେ। କ୍ଷେତ, ବାଡ଼ି ଆଦି କାର୍ଯ୍ୟ ସୁପରିଚାଳନାରେ ପାରଙ୍ଗମ ହେବେ।

ସିଂହ: ଲୋକସମ୍ପର୍କ ନିମ୍ନଗାମୀ ହେବ। ଶତ୍ରୁନାଶ କରି ଧନ ଭୋଗ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‌ ହୋଇପାରନ୍ତି। ବନ୍ଧୁନାଶର ଦୁଃସମ୍ବାଦ ମିଳିପାରେ।

କନ୍ୟା: ରାଜହେତୁକ ଧନଲାଭ ହୋଇପାରେ। ସୁବର୍ଣ୍ଣ, ମୁକ୍ତା, ମଣି ଓ ରତ୍ନାଦିର ବ୍ୟବସାୟରୁ ଧନଲାଭ କରିପାରନ୍ତି। ମୂଲ୍ୟବାନ୍‌ ଜୀବଜନ୍ତୁଙ୍କ ଲାଳନ ପାଳନରେ ବ୍ୟୟକରି ଲାଭବାନ୍‌ ହେବେ।

ତୁଳା: ଚିତ୍ର ବିଦ୍ୟା ପାରଦର୍ଶୀ ହୋଇପାରନ୍ତି। ପୁଣ୍ୟ କର୍ମଶୀଳ ହେବେ। ସମ୍ପତ୍ତିବାନ୍‌ ହୋଇପାରନ୍ତି। ନୃପତୁଲ୍ୟ ସମ୍ମାନାସ୍ପଦ ହୋଇପାରନ୍ତି। ଖାଇ, ଖୁଆଇ ଆତ୍ମସନ୍ତୋଷ ପାଇବେ।

ବିଛା: ପୁଣ୍ୟକର୍ମା ହେବେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ କର୍ମ ସଂସ୍ଥାନରେ ସ୍ଥିର ହୋଇ ଆୟ ବୃଦ୍ଧି କରାଇ ପାରନ୍ତି। ସମ୍ପର୍କୀୟମାନଙ୍କଠାରୁ ସ୍ନେହ, ଆଦର ମିଳିବ। ଚୋର ଭୟ ଅଛି।

ଧନୁ: ରାଜହେତୁକ ଧନଲାଭ ହେବ। ନିଜ ପୌରୁଷ ପଣିଆରୁ ପ୍ରଭୁତ ବିତ୍ତର ଅଧିକାରୀ ହୋଇପାରନ୍ତି। ପୁଷ୍ପ, ବସନ ଓ ଅଶ୍ବାଦି ବ୍ୟବହାରରୁ ଧନପ୍ରାପ୍ତିର ସୂଚନା ମିଳୁଛି।

ମକର: କର୍ମ ପ୍ରଧାନ ହୋଇପାରନ୍ତି। ପରୋପକାରୀ ହେବେ। ବିପଦରେ ପଡ଼ିପାରନ୍ତି। ବନ୍ଧୁର ହିତକାରୀ ନ ହୋଇପାରନ୍ତି। ସ୍ବାର୍ଥପର ହେବେ। ଧର୍ମମାର୍ଗକୁ ବାହୁଡ଼ି ଆସିପାରନ୍ତି।

କୁମ୍ଭ: ଦେବ ଭକ୍ତିଯୁକ୍ତ ହୋଇପାରନ୍ତି। ଚାରାରୋପଣ ଉପରେ ଧ୍ୟାନ ଦେଇପାରନ୍ତି। କୃଷି କର୍ମ ଓ ଉଦ୍ୟାନ କର୍ମ ପାଇଁ ଜନସାଧାରଣ ପ୍ରୋତ୍ସାହିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ମୀନ: ଭକ୍ତି ଓ ଧନଯୁକ୍ତ ହେଲେ ବି ମଉଜ, ମଜଲିସ୍‌ କରିିବାର ସୁଯୋଗ ମିଳେ ନାହିଁ। ଅସୁସ୍ଥତାରୁ ଧନ ବ୍ୟୟ କରିବାକୁ ବାଧ୍ୟ ହେବେ। ପରୋପକାରୀ ହେବେ। ସତର୍କରେ ଚଳିବାକୁ ପଡ଼ିବ।

Breaking News