ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ଜଣେ ବ୍ୟକ୍ତି ଭିଆଇଚନ୍ତି ବିଭତ୍ସ ହତ୍ୟାକାଣ୍ଡ | ନିଜ ପତ୍ନୀଙ୍କୁ ହତ୍ୟା କରି ଗୋଟାଏ ହଣ୍ଡାରେ ଭର୍ତ୍ତି କରି ନିଜର ୬ଜଣ ପିଲାଙ୍କ ସମ୍ମୁଖରେ ସିଝାଇ ଦେଇଛନ୍ତି | ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନଗରୀର ଗୁଲ୍ଶନ୍-ଏ-ଇକ୍ବାଲ୍ ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟର ରୋଷଶାଳାରେ ବୁଧବାର ଦିନ ପୋଲିସ ଗୋଟାଏ ହଣ୍ଡା ଭିତରୁ ନର୍ଗିସ୍ ନାମରେ ଜଣେ ମହିଳାଙ୍କ ଶବ ପାଇଥିଲା। ବୁଧବାର ଦିନ ହିଁ ନର୍ଗିସ୍ଙ୍କୁ ତାଙ୍କ ପତ୍ନୀ ହଣ୍ଡାରେ ପୂରାଇ ସିଝାଇ ଥିଲେ। ପୋଲିସ କହିବା ଅନୁସାରେ, ମୃତା ମହିଳା ନର୍ଗିସ୍ଙ୍କ ସ୍ବାମୀ ଆଶିକ୍ ‘ବାଜୌର୍ ଏଜେନ୍ସି’ ତରଫରୁ ସ୍କୁଲ୍ରେ ‘ୱାଚ୍ମ୍ୟାନ୍’ ଭାବେ ନିଯୁକ୍ତି ପାଇଥିଲେ। ପ୍ରାୟ ୮/୯ ମାସ ହେବ ବନ୍ଦ ଥିବା ସ୍କୁଲ୍ର ‘ସର୍ଭାଣ୍ଟ୍ କ୍ବାର୍ଟର୍ସ’ରେ ସେ ରହୁଥିଲେ। ‘ଡିଷ୍ଟ୍ରିକ୍ଟ୍ ଇଷ୍ଟ୍ ସିନିଅର୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍’ ଅବ୍ଦୁର୍ ରହିମ୍ ଶେରାଜି କହିଛନ୍ତ ଯେ, ସେମାନଙ୍କର ୩ଜଣ ପିଲାଙ୍କୁ ମଧ୍ୟ ପୋଲିସ ହେପାଜତରେ ରଖାଯାଇଛି। ସେମାନେ ମାନସିକ ଆଘାତ ପାଇ ବିଚଳିତ ହୋଇଯାଇଛନ୍ତି। ବ୍ୟବଚ୍ଛେଦ ନିମନ୍ତେ ପୋଲିସ ନର୍ଗିସ୍ଙ୍କ ଶବକୁ ‘ଜିନ୍ନା ପୋଷ୍ଟ୍ଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟର୍’କୁ ନେଇଛି। ସରକାରୀ ଅଧିକାରୀମାନେ କହିଛନ୍ତି, ପ୍ରାଥମିକ ତଦନ୍ତ ଏବଂ ପିଲାମାନଙ୍କ ବୟାନ୍ରୁ ଜଣାପଡୁଛି ଯେ, ହଣ୍ଡାରେ ପୂରାଇ ସିଝାଇବା ଆଗରୁ ସନ୍ଦିଗ୍ଧ ଆଶିକ୍ ପତ୍ନୀ ନର୍ଗିସଙ୍କ ମୁହଁକୁ ତକିଆରେ ମାଡ଼ିବସି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ନର୍ଗିସ୍ଙ୍କର ଗୋଟାଏ ଗୋଡ଼ ମଧ୍ୟ ଦେହରୁ କାଟି ଅଲଗା କରାଯାଇଥିଲା ବୋଲି ‘ଏସ୍ଏସ୍ପି’ ଶେରାଜି କହିଛନ୍ତି। ହତ୍ୟାକାଣ୍ଡର ବାସ୍ତବ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିନ୍ତୁ, ଶୁଣାଯାଉଛି ଯେ, ନର୍ଗିସ୍ଙ୍କୁ ଅବୈଧ ସମ୍ପର୍କ ରଖିବା ଲାଗି ସ୍ବାମୀ ଆଶିକ୍ ବାଧ୍ୟ କରୁଥିଲେ। ମାତ୍ର ନର୍ଗିସ୍ ସେଭଳି କରିବାକୁ ମନାକରୁ ଥିଲେ। ମାମଲା ରୁଜୁ କରି ପୁଲିସ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..