ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ର ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଭାଗରେ ହୋଇଥିବା ବନ୍ୟାରେ ଅତି କମରେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି। ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରିସ୍ଥିତି ଅର୍ଥନୈତିକ ସ୍ଥିତିକୁ ଆଂଶିକ ଭାବରେ କ୍ଷତି ପହଞ୍ଚାଇଛି। ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ନିଖୋଜ ଅଛନ୍ତି ବୋଲି ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଆଉଟଲେଟ୍ ସିଜିଟିଏନ୍ ରିପୋର୍ଟ କରିଛି। ଶନିବାର ସୁଦ୍ଧା ପ୍ରାୟ ୧,୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….