Report Card Odisha

| Daily Odia News

ILS କାର୍ଯ୍ୟାଳୟରେ ଡା. ଅଜୟ ପରିଡାଙ୍କ ଶେଷ ଦର୍ଶନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଇଏଲଏସ୍‌ କାର୍ଯ୍ୟାଳୟରେ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ମରଶରୀର ପହଞ୍ଚିଛି । ସେଠାରେ ଶେଷ ଦର୍ଶନ ପରେ ଜନ୍ମମାଟି ଯାଜପୁରରେ ତାଙ୍କର ଶେଷକୃତ୍ୟ ହେବ । ଯାଜପୁରର ଭଗବାନପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ଗତକାଲି ଗୌହାଟିରେ ହୃଦଘାତ ଯୋଗୁ ଡା. ଅଜୟ ପରିଡାଙ୍କ ପରଲୋକ ହୋଇଥିଲା । ସୂଚନା ଅନୁଯାୟୀ ଡା. ଅଜୟ ପରିଡ଼ା ଏକ ସରକାରୀ କାର୍ଯ୍ୟକ୍ରମରେ ଗୌହାଟୀ ଗସ୍ତରେ ଥିଲେ । ସେଠାରେ ତାଙ୍କର ଏକ କନଫରେନ୍ସିଂରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ରାତିରେ ସେ ଶୋଇଥିବା ବେଳେ ହୃଦଘାତ ଯୋଗୁ ତାଙ୍କର ସେଠାରେ ପରଲୋକ ହୋଇଥିଲା । ଏନେଇ ଆଇଏଲଏସ୍‌ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଖବର ପାଇ ଗୌହାଟୀ ଅଜୟଙ୍କ ପାରିବାର ଲୋକ ପହଞ୍ଚିଥିଲେ​‌ । ତେବେ ଆଜି ତାଙ୍କ ପ୍ରାର୍ଥିବ ଶରୀର ଓଡ଼ିଶା ଆସିବା ପରେ ଆଇଏଲଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଛି ।

Breaking News